
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
Covid-19 Report For 16th June
New Positive Cases: 3631
In quarantine: 2069
Local contacts: 1562(Details of local contacts will be shared by concerned Dist Administration)
District Wise Cases:
1. Angul: 204
2. Balasore: 262
3. Bargarh: 50
4. Bhadrak: 178
5. Balangir: 36— I & PR Department, Odisha (@IPR_Odisha) June 17, 2021
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୦୪ ଜଣ, ବାଲେଶ୍ୱରରୁ ୨୬୨ ଜଣ, ବରଗଡ଼ରୁ ୫୦ ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ ଜଣ, ବୌଦ୍ଧରୁ ୮୪ ଜଣ, କଟକରୁ ୪୩୮ ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୧୧୪ ଜଣ, ଗଜପତିରୁ ୧୮ ଜଣ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୯୨ ଜଣ, ଯାଜପୁରରୁ ୩୦୫ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୪୮ ଜଣ, କେନ୍ଦ୍ରାପଡ଼ାରୁ ୧୨୦ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୮୦ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୧୧୨ ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୦୬ ଜଣ, ନୂଆପଡ଼ାରୁ ୧୯ ଜଣ, ପୁରୀରୁ ୧୯୯ ଜଣ, ରାୟଗଡ଼ାରୁ ୭୯ ଜଣ, ସମ୍ୱଲପୁରରୁ ୩୭ ଜଣ, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ ପୁଲରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୮୬୬୬୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮୧୭୩୫୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୫୮୦୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତ ୨୪ ଘଣ୍ଟାରେ ୫୫୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
from କରୋନା | Sambad https://ift.tt/35skoBU
0 Comments