ଜୟପୁର : ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କରୋନା ସଂକ୍ରମିତ ହୋଇଛନ୍ତି। ଗତ କିଛିଦିନ ହେବ ସେ ଜୟପୁରରେ ରହୁଥିଲେ। ଜ୍ବର ଓ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ ଆଣ୍ଟିଜେନ୍ କିଟ୍‌ରେ ସ୍ବାବ୍ ପରୀକ୍ଷା କରିଥିଲେ। ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଲକ୍ଷଣ ରହିଥିବାରୁ ପୁଣି ଆର୍‌ଟି‌-ପିସିଆର ପରୀକ୍ଷା କରାଇଥିଲେ। ଗତକାଲି ସଂଧ୍ୟାରେ ଏହି ରିପୋର୍ଟ ମିଳିଥିବା ବେଳେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ବିଧାୟକ ଚିକିତ୍ସା ନିମନ୍ତେ ଭୁବନେଶ୍ବର ସମ୍ ହସ୍ପି‌ଟାଲରେ ଭର୍ତ୍ତି ହୋଇଛନ୍ତି।

The post କରୋନାରେ ସଂକ୍ରମିତ ତାରାପ୍ରସାଦ, ଭୁବନେଶ୍ବରରେ ଚିକିତ୍ସାଧୀନ, ସ୍ବାସ୍ଥ୍ୟାବସ୍ଥା ସ୍ଥିର first appeared on Sambad.

from କରୋନା | Sambad https://ift.tt/3imqVFX