ଭୁବନେଶ୍ବର : ସୋମବାର ଦିନ ରାଜଧାନୀର ୨୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ କୋଭାକ୍ସିନ୍ ଟିକା ଦିଆଯାଇଛି। ଟିକା ନେବାକୁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବିଏମ୍‌ସି ପକ୍ଷରୁ କୋ-ୱିନ୍‌ ୱେବସାଇଟ୍‌ରେ ପଞ୍ଜୀକରଣ କରିବା ପରେ ସ୍ଲଟ୍ ମିଳିବ ବୋଲି କୁହାଯାଇଥିଲେ ‌ହେଁ ବହୁ ଲୋକଙ୍କୁ ଏହା ମିଳି ନଥିଲା। ଏପରିକି ନାମ ପଞ୍ଜୀକରଣ ସମୟରେ ଏହି ସ୍ଲଟ୍ ଦେଖାଇ ନଥିଲା। ତେଣୁ ପଞ୍ଜୀକରଣ କରିଥିବା ଲୋକମାନେ ଟିକା ନେବାକୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଭିଡ଼ ଜମାଇଥିଲେ।

କରୋନାର ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବାରୁ ‌ସମସ୍ତେ ଭୟଭୀତ ହୋଇଯାଇଛନ୍ତି। ତେଣୁ ଯେମିତି ହେଉ, ତୁରନ୍ତ ଟିକା ନେବାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। ଆଜି ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୦ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଟାର୍ଗେଟ୍ ଲୋକ ହୋଇଥିବା ବେଳେ କିଛି ସ୍ଥାନରେ ଲୋକଙ୍କ ଭିଡ଼କୁ ଦେଖି ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

The post ଯୁବବର୍ଗରେ ଟିକା ପାଇଁ ବିପୁଳ ଉତ୍ସାହ, ପ୍ରଥମ ଦିନରେ ଟିକା ନେଲେ ୫ ହଜାର ଯୁବକ/ଯୁବତୀ first appeared on Sambad.

from କରୋନା | Sambad https://ift.tt/3utJH1H