କୋଲ୍‌କାତା: କୋଭିଡ୍-୧୯ ମୁକାବିଲା ସଂକ୍ରାନ୍ତ ଏକ ଭର୍ଚ୍ୟୁଆଲ୍‌ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଗ ଦେଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବୈଠକରେ କହିବା ଲାଗି ସୁଯୋଗ ନ ମିଳିବାରୁ ତାଙ୍କୁ (ମମତା) ଅପମାନ ଲାଗିଲା।

୧୦ଟି ରାଜ୍ୟର ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବ‌ୋଧନ ଦେଇଥିବା ଏହି ଭର୍ଚ୍ୟୁଆଲ୍‌ ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ ବୋଲି ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ବାର୍ତ୍ତାଳାପ ନ କରିବା ଅତି ଦୁଃଖଦାୟକ। କଥା କହିବା ଲାଗି ଆମକୁ ସୁଯୋଗ ମଧ୍ୟ ଦିଆଗଲା ନାହିଁ।

Image Courtesy of Times Now

ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ କେତେଜଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସଂକ୍ଷପରେ ଭାଷଣ ଦେବା ପରେ ସଭା ସାଙ୍ଗ ହୋଇଗଲା। ଏଇଟା ଥିଲା ଗୋଟାଏ ଅନୌପଚାରିକ ସଭା। ଆମକୁ ଅପମାନ ଲାଗିଲା। ସେ ଟିକା କିଂବା ରେମ୍‌ଡେସିଭିୟର୍‌ ପ୍ରସଙ୍ଗରେ ପଚାରିଲେ ନାହିଁ। ‘ବ୍ଲାକ୍‌ ଫଙ୍ଗ୍‌ସ୍‌’ ମାମଲା ବିଷୟରେ ବି ସେ ପଚାରିଲେ ନାହିଁ।

Image Courtesy of India Today

ମୁଖ୍ୟମନ୍ତ୍ରୀ ବାନାର୍ଜୀ ପୁଣି କହିଛନ୍ତି ଯେ, ଅଧିକ ଟିକା ପାଇଁ ଦାବି କରିଥାଆନ୍ତୁ, କିନ୍ତୁ କହିବା ପାଇଁ ଆମକୁ ଅନୁମତି ମିଳିଲା ନାହିଁ। କରୋନାଭାଇରସ୍‌ ହ୍ରାସ ପାଉଛି ବୋଲି ପ୍ରଧାନମନ୍ତ୍ରୀ ଦାବି କରୁଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଦାବି କରାଯାଇଥିଲା। ସେହି କାରଣରୁ ହିଁ ସଂକ୍ରମଣ ମାମଲା ବଢ଼ିଲା। ଆମ କଥା ଶୁଣିବାକୁ ମୋଦୀଙ୍କର ସତ୍‌ସାହସ ନାହିଁ।

The post କୋଭିଡ୍‌ ବୈଠକରେ ପ୍ରଧାନମନ୍ତ୍ରୀ କଥା କୁହାଇ ଦେଲେ ନାହିଁ, ଅପମାନ ଲାଗିଲା: ମମତା ବାନାର୍ଜୀ first appeared on Sambad.

from କରୋନା | Sambad https://ift.tt/3f36V9x