
ଭୋପାଳ: ଅତୀତରେ କରୋନା ଭାଇରସ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶର ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ମଙ୍ଗଳବାର ଦିନ କରୋନାର ତୃତୀୟ ଲହର ଆଶଙ୍କା କରି ଅନ୍ୟ ଏକ ପରାମର୍ଶ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେ କରୋନା ମହାମାରୀକୁ ହରାଇବା ପାଇଁ ଲୋକଙ୍କୁ ‘ଯଜ୍ଞ ଚିକିତ୍ସା’ କରିବାର କହିଛନ୍ତି।
ଭାରତ ବର୍ତ୍ତମାନ ଏକ ଭୟଙ୍କର ଦ୍ୱିତୀୟ କେଭିଡ୍-୧୯ ଲହର ସହିତ ମୁକାବିଲା କରୁଛି, ଯାହାକି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଭାଙ୍ଗି ଦେଇଛି। ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀମାନେ ଏହି ଲହରରେ ବିଶେଷ ଗୁରୁତ୍ବ ବହନ କରୁଥିବାର ଦେଖିବାକୁ ମିଳୁଛି।
ତେବେ ମନ୍ତ୍ରୀ ଉଷା ଇନ୍ଦୋରରେ ଏକ କୋଭିଡ କେୟାର ସେଣ୍ଟର ଉଦଘାଟନ କରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ‘ପରିବେଶର ଶୁଦ୍ଧତା ପାଇଁ ଚାରି ଦିନ ଯଜ୍ଞ କର। ଏହା ହେଉଛି ଯଜ୍ଞ ଚିକିତ୍ସା। ପୂର୍ବ କାଳରେ ଆମର ପୂର୍ବପୁରୁଷମାନେ ମହାମାରୀରୁ ମୁକ୍ତି ପାଇବା ପାଇଁ ଏହି ଚିକିତ୍ସା କରୁଥିଲେ। ଆସନ୍ତୁ ସମସ୍ତେ ପରିବେଶକୁ ଶୁଦ୍ଧ କରିବା, କୋଭିଡର ତୃତୀୟ ଏହର ଭାରତକୁ ସ୍ପର୍ଶ କରିବ ନାହିଁ।’
The post ଯଜ୍ଞ ଚିକିତ୍ସା କରନ୍ତୁ, ଦେଶକୁ ତୃତୀୟ ଲହର ଛୁଇଁବ ନାହିଁ: ମଧ୍ୟପ୍ରଦେଶ ମନ୍ତ୍ରୀ first appeared on Sambad.from କରୋନା | Sambad https://ift.tt/3uLDqyj
0 Comments