
ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ଗତ ୫ ତାରିଖଠାରୁ ଆରମ୍ଭ ହୋଇଛି ୧୫ ଦିନିଆ ଲକଡାଉନ୍। କିନ୍ତୁ କେତେକ ଅମାନିଆ ଆଇନ ଭାଙ୍ଗିବାରେ ଲାଗିଛନ୍ତି। ତିନି ଦିନ ଭିତରେ ୧୩୮୯ ଜଣ ଅମାନିଆ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ୧ ଲକ୍ଷ ୯୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧି ବୁଲିବା, ସାମାଜିକ ଦୂରତା ଭାଙ୍ଗିବା ଆଦି ଅଭିଯୋଗରେ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ତେବେ ରାସ୍ତାକଡ଼ରେ ମଦ ପିଇ କେତେକ ଲୋକ ତଣ୍ଡ ଗଣିଛନ୍ତି। ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି।
The post ତିନି ଦିନରେ ଧରାପଡ଼ିଲେଣି ୧୩୮୯ ଅମାନିଆ, ତଣ୍ଡ ଗଣିଲେଣି ୧.୯୩ ଲକ୍ଷ first appeared on Sambad.from କରୋନା | Sambad https://ift.tt/3tppUyN
0 Comments