
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବେଳେ ‘ଡାଇଗ୍ନୋଷ୍ଟିକ୍ ଲ୍ୟାବ୍’ଗୁଡ଼ିକ ଉପରୁ ଚାପ ହ୍ରାସ ଲାଗି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦେଶରେ ‘କରୋନାଭାଇସ୍-ଟେଷ୍ଟିଙ୍ଗ୍ ନିୟମ’ ସଂଶୋଧନ କରିଛନ୍ତି। ସୁସ୍ଥ ଥିବା ଆନ୍ତରାଜ୍ୟ ଭ୍ରମଣକାରୀ ଏବଂ ଡାକ୍ତରଖାନାରୁ ବିଦାୟ ନେଇ ଆସୁଥିବା କୋଭିଡ୍ ରୋଗୀମାନଙ୍କର ନମୁନା ପରୀକ୍ଷା କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି।
ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍ ପ୍ରବଳ ଚାପରେ କାମ କରୁଛନ୍ତି। ରାଜ୍ୟମାନଙ୍କ ପ୍ରତି ଜାରି ଏକ ସର୍କ୍ୟୁଲାର୍ରେ କେନ୍ଦ୍ର ସରକାର କହିଛନ୍ତି ଯେ, ଲ୍ୟାବ୍ମାନଙ୍କ ଉପରୁ ଚାପ ହ୍ରାସ କରିବା ନିମନ୍ତେ ଆନ୍ତରାଜ୍ୟ ଘରୋଇ ଯାତ୍ରାରେ ଗମନାଗମନ କରୁଥିବା ସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ‘ଆର୍ଟି-ପିସିଆର୍’ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଉଠାଇ ଦିଆଯାଉ। ସେହିଭଳି, ସୁସ୍ଥ ହେବା ପରେ ହସ୍ପିଟାଲ୍ରୁ ବିଦାୟ ନେଇ ଆସୁଥିବା କୋଭିଡ୍ ରୋଗୀମାଙ୍କର ମଧ୍ୟ ପୁନର୍ବାର ‘ଆର୍ଟି-ପିସିଆର୍’ କରା ନ ଯାଉ।
ସଂକ୍ରମଣ ଆଶଙ୍କା ହ୍ରାସ ନିମନ୍ତେ, କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଅଣ-ଅତ୍ୟାବଶ୍ୟକ ଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଉ। ଏହାଛଡ଼ା, ଅତ୍ୟାବଶ୍ୟକ ଯାତ୍ରାରେ ଯାଉଥିବା ଲକ୍ଷଣବିହୀନ ବ୍ୟକ୍ତିବିଶେଷ ନିଷ୍ଠାର ସହ କୋଭିଡ୍ ନିୟମ ପାଳନ କରିବା ଉଚିତ ବୋଲି ସରକାର କହିଛନ୍ତି।
The post କୋଭିଡ୍ ପରୀକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର first appeared on Sambad.from କରୋନା | Sambad https://ift.tt/3tkxURV
0 Comments