
ଗୋଆ: ଡାକ୍ତରୀ ଅମ୍ଳଜାନ ଅଭାବରୁ ଗତ ୪ ଦିନରେ ରାଜ୍ୟର ବୃହତ୍ତମ କୋଭିଡ୍ ଚିକିତ୍ସାଳୟ ‘ଗୋଆ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍’ରେ ୭୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।
ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡ଼ି ଭୋର୍ ସୁଦ୍ଧା ଅନ୍ୟ ୧୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି, ମଙ୍ଗଳବାର ଦିନ ୨୬ଜଣ ଏବଂ ବୁଧବାର ଦିନ ୨୦ଜଣ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥିଲେ।
ଏ ସପ୍ତାହର ପ୍ରାରମ୍ଭରେ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ସମ୍ଭବତଃ, ଡାକ୍ତରୀ ଅମ୍ଳଜାନ ଉପଲବ୍ଧତା ଏବଂ ଯୋଗାଣ କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ, ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।
ମୁଖ୍ୟମନ୍ତ୍ରୀ ସାୱନ୍ତଙ୍କ ଦୃଢ଼ୋକ୍ତି କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଦିନ ଗୋଆର ପ୍ରମୁଖ ସଚିବ ପିକେ ଗୋଏଲ୍ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ରର ବିରୁଦ୍ଧାଚରଣ କରୁଛି। ଉକ୍ତ ପତ୍ରରେ ପ୍ରମୁଖ ସଚିବ ଗୋଏଲ୍ ଲେଖିଥିଲେ ଯେ, ମେ ୧ରୁ ୧୦ ତାରିଖ ମଧ୍ୟରେ ମହାରାଷ୍ଟ୍ରର କୋହ୍ଲାପୁରରୁ ଆବଣ୍ଟିତ ହୋଇଥିବା ୧୧୦ ମେଟ୍ରିକ୍ଟନ୍ଅମ୍ଳଜାନରୁ ରାଜ୍ୟ ମାତ୍ର ୬୬.୭୪ ମେଟ୍ରିକ୍ ଟନ୍ ପାଇଛି।
ଏଭଳି ସଙ୍କଟକ୍ଷଣରେ କୋହ୍ଲାପୁର ସମୁଦାୟ ମେଡିକାଲ୍ ଅକ୍ସିଜେନ୍ର ମାତ୍ର ୪୦% ଗୋଆକୁ ପଠାଇଛି।
ଅନ୍ୟୂନ ଗୋଟିଏ ସପ୍ତାହ ପାଇଁ ୧୧ ମେଟ୍ରିକ୍ ଟନ୍ ପରିବର୍ତ୍ତେ ଦୈନିକ ୨୨ ମେଟ୍ରିକ୍ ଟନ୍ ଡାକ୍ତରୀ ଅମ୍ଳଜାନ ଦିଆଯିବା ଉଚିତ ବୋଲି ବିଜେପି ଶାସିତ ଗୋଆ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛି।
ତେଣେ, ଗୋଆ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ରୋଗୀପୂର୍ଣ୍ଣ ହୋଇଯାଇଥିବାରୁ ନୂଆ ରୋଗୀଙ୍କ ପାଇଁ ସେଠାରେ ଆଉ ସ୍ଥାନ ନାହିଁ। ଶେଷ ଥର ପାଇଁ ଯେଉଁ କେତେଜଣ ରୋଗୀ ଭର୍ତ୍ତି ହୋଇଥିଲେ ସେମାନଙ୍କୁ ଶଯ୍ୟା ପରିବର୍ତ୍ତେ ଚଟାଣରେ ଶୁଆଇ ଦିଆଯାଇଛି।
The post ଅକ୍ସିଜେନ୍ ଅଭାବରୁ ଗୋଆର ବୃହତ୍ତମ କୋଭିଡ୍ ହସ୍ପିଟାଲ୍ରେ ୭୪ଜଣଙ୍କ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3hoM0za
0 Comments