
କୋରାପୁଟ: ପ୍ରଥମ ଥର ପାଇଁ ତିନିଶହ ଛୁଇଁଛି କୋରାପୁଟ ଜିଲ୍ଲାର କରୋନା ରିପୋର୍ଟ। ପ୍ରଥମ ଲହରରେ ଜିଲ୍ଲାରେ କେବେ ଏତେ ସଂଖ୍ୟାରେ ପିଜିଟିଭ ଚିହ୍ନଟ ହୋଇ ନ ଥିବାବେଳେ ଦ୍ବିତୀୟ ଲହରରେ ଏହା ସମ୍ଭବ ହୋଇଛି। କୋରାପୁଟ ଜିଲ୍ଲାରୁ ଆଜି ୩୩୮ଜଣ ରୋଗୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସେଥିରେ ୨୧୨ଜଣ ପୁରୁଷ ଓ ୧୨୬ଜଣ ମହିଳା ରହିଛନ୍ତି। ଏହାସହ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା କୋରାପୁଟ ଜିଲ୍ଲାପ୍ରଶାସନ ସୂଚନା ଦେଇଛି।
ଆଜିର ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ଜୟପୁର ପୌରପାଳିକାରେ ୫୯, କୋରାପୁଟରେ ୩୪, କୋଟପାଡରେ ୬ ଜଣ, ସୁନାବେଢା ପୌରପାଳିକାରେ ୧୯ଜଣ, ବନ୍ଧୁଗାଁରେ ୬, ବୈପାରିଗୁଡାରେ ୧୦ ଜଣ, ବୋରିଗୁମ୍ମାରେ ୧୦, ଦଶମନ୍ତପୁରରେ ୧୭, ଜୟପୁର ବ୍ଲକରେ ୩୧, କୋରାପୁଟରେ୨୦, କୋଟପାଡରେ୮, ଲମତାପୁଟରେ ୨୬, ଲକ୍ଷ୍ମୀପୁରରେ ୧୧, ନନ୍ଦପୁରରେ ୯, ନାରାୟଣପାଟଣାରେ୧୧, ପଟାଙ୍ଗୀରେ ୮ ଓ ସେମିଳିଗୁଡାରେ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଯାଏ ଜିଲ୍ଲାରେ ୧୨,୦୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୧୯୨ ଜଣ ରୋଗୀ କରୋନା ସହ ଲଢୁଛନ୍ତି।
The post କୋରାପୁଟରେ ୩୩୮ ରୋଗୀ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି first appeared on Sambad.from କରୋନା | Sambad https://ift.tt/3wicwhI
0 Comments