
ଭୁବନେଶ୍ବର : ରାଜଧାନୀର ବିଭିନ୍ନ କୋଭଡ୍ ହସ୍ପିଟାଲରେ ଶଯ୍ୟାର ଅଭାବ ନଥିଲେ ହେଁ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ କୋଭିଡ୍ ହସ୍ପିଟାଲରେ ଆଇସିୟୁ ମିଳିବା କଷ୍ଟକର ହୋଇଯାଉଛି। ଅଧିକାଂଶ ହସ୍ପିଟାଲରେ ଆଇସିୟୁ ପୂରା ଭର୍ତ୍ତି ହୋଇଯାଇଥିବା ବେଳେ କିଛି ହସ୍ପିଟାଲରେ ଅଳ୍ପ କିଛି ଖାଲି ଅଛି। କିନ୍ତୁ ରାଜଧାନୀରେ ଓ ରାଜ୍ୟରେ ଯେଉଁଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେଥିରେ ଆଗକୁ ଆଇସିୟୁ ନ ମିଳିବା ପରିସ୍ଥିତି ଉପୁଜିବ ବୋଲି ଏବେଠୁ ଜଳଜଳ ଦିଶିଲାଣି।
ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ୮୩୭୮ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେଥିରୁ ୮୫%ରୁ ଅଧିକ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲରେ ଭୁବନେଶ୍ବର ଓ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ରାଜଧାନୀର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୫୫୩ଟି ଶଯ୍ୟା ଅଛି। ଏଥିରେ ୨୦୮୬ଟି ସାଧାରଣ ଶଯ୍ୟା, ୮୩୬ଟି ଏଚ୍ଡିୟୁ, ୫୩୧ଟି ଆଇସିୟୁ ଅଛି। ଯେପରି ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ହେବନି, ସେଥିପାଇଁ ୯୫% ଶଯ୍ୟାକୁ ଅକ୍ସିଜେନ୍ ସଂଯୋଗ କରାଯାଇଛି। ଏହାବାଦ୍ ୯୦% ଆଇସିୟୁ ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୫୦% ଏଚ୍ଡିୟୁ ଓ ସାଧାରଣ ଶଯ୍ୟା ଖାଲି ଅଛି। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ଖୁବ୍ଶୀଘ୍ର ଆଉ ୩ ହଜାର ଶଯ୍ୟା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।
The post ଆଇସିୟୁରେ ୯୦%, ଅନ୍ୟ ଶଯ୍ୟା ଅଧା ଭର୍ତ୍ତି first appeared on Sambad.from କରୋନା | Sambad https://ift.tt/3h0aP4e
0 Comments