
ଝାଜ୍ଜର: ଦିଲ୍ଲୀର ଟିକ୍ରି ସୀମାରେ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ ଲାଗି ଯିବା ବେଳେ ପଶ୍ଚିମବଙ୍ଗର ଜଣେ ମହିଳା କର୍ମୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି।
ଟିକ୍ରି ସୀମାରେ କୃଷକଙ୍କ ରାଲିରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗରୁ ଯାତ୍ରା କରିଥିବା ସେହି ମହିଳା କର୍ମୀଙ୍କୁ ଦିଲ୍ଲୀ ଯିବା ବାଟରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଜଣକ କୋଭିଡ -୧୯ରେ ସଂକ୍ରମିତ ହେବା ପରେ ଗତ ଏପ୍ରିଲ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ।
ଏନେଇ ମହିଳାଙ୍କ ବାପା ବାହାଦୂରଗଡ଼ ଥାନା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଚାରି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲାରେ ଅନୁପ ଏବଂ ଅନିଲ ମଲିକଙ୍କ ନାମ ରହିଛି ଯେଉଁମାନେ କିସାନ ସାମାଜିକ ସେନା ଚଳାନ୍ତି।
ମୃତ ୨୫ ବର୍ଷୀୟା ମହିଳା କାର୍ଯ୍ୟକର୍ତ୍ତା ଅଭିଯୁକ୍ତ ପୁରୁଷଙ୍କ ସହ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାତ୍ରା କରିଥିଲେ, ଯେଉଁଠାରେ ସେ ଏପ୍ରିଲ ୧୧ ତାରିଖରେ ଟିକ୍ରି ସୀମାରେ କୃଷକଙ୍କ ରାଲିରେ ଯୋଗ ଦେଇଥିଲେ।
ସଂଯୁକ୍ତ କିସାନ ମୋର୍ଚା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ମହିଳା ଜଣକ ଦିଲ୍ଲୀ ଯିବା ବାଟରେ ଏବଂ ଟିକ୍ରି ସୀମାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରଯାଇଥିଲା। ଗୋଟିଏ ସପ୍ତାହ ପରେ, ସେ ଏକ ଉଚ୍ଚ ଜ୍ୱରରେ ଆକ୍ରାନ୍ତ ହୋଇ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ସେ ଏପ୍ରିଲ ୩୦ ତାରିଖରେ ଘରୋଇ ଡାକ୍ତରଖାନାରେ ସଂକ୍ରମଣର ଶିକାର ହୋଇଥିଲେ। ଅପରପକ୍ଷରେ ଝାଜ୍ଜର ସିଟି ପୁଲିସ ଥାନା ଅଧିକାରୀ ବିଜୟ କୁମାର କହିଛନ୍ତି ଯେ ଏହି ମାମଲାର ନଦନ୍ତ ଲାଗି ଏସଆଇଟି ଗଠିତ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।
The post କୃଷକଙ୍କ ଆନ୍ଦୋଳନରେ ଯୋଗ ଦେବାକୁ ଯିବା ବେଳେ ପଶ୍ଚିମବଙ୍ଗର ମହିଳା କର୍ମୀ ଗଣଦୁଷ୍କର୍ମର ଶିକାର, କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3hbsdmN
0 Comments