
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର୍, ୧୦୦ଟି ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଏବଂ ଆହୁରି କିଛି କୋଭିଡ୍-୧୯ ରିଲିଫ୍ ସାମଗ୍ରୀ ଧରି ନେଦର୍ଲାଣ୍ଡ୍ସ୍ରୁ ଆସିଥିବା ବିମାନ ଆଜି ଭାରତରେ ପହଞ୍ଚିଛି।
କୋଭିଡ୍-୧୯ର ଦ୍ବିତୀୟ ପ୍ରବାହକୁ ମୁକାବିଲା କରୁଥିବା ଭାରତ ପାଇଁ ନେଦର୍ଲାଣ୍ଡ୍ସ୍ ମାନବୀୟ ସହାୟତା ସ୍ବରୂପ ଉପରୋକ୍ତ ରିଲିଫ୍ ସାମଗ୍ରୀ ପଠାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଟୁଇଟ୍ କରି ପ୍ରଥମେ ଏହି ଖବର ଦେଇଛନ୍ତି। ବାଗ୍ଚି ଲେଖିଛନ୍ତି, ଆମର ବହୁମୁଖୀ ସହଯୋଗ ଆହୁରି ସୁଦୃଢ଼ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର୍, ୧୦୦ଟି ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ନେଦର୍ଲାଣ୍ଡ୍ସ୍ରୁ ଆସି ପହଞ୍ଚିଛି। ଆଗାମୀ ଦିନମାନଙ୍କରେ ବାକି ଡାକ୍ତରୀ ଉପକରଣ ଆସି ପହଞ୍ଚିବ। ବନ୍ଧୁ ନେଦର୍ଲାଣ୍ଡ୍ସ୍ର ଏହି ସହାୟତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ।
ଏହା ବ୍ୟତିରେକେ, ଇଂଲଣ୍ଡ୍, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି ଏବଂ ରୁଷ୍ ସମେତ ଅନ୍ୟ କେତେକ ଦେଶ ମଧ୍ୟ ଭାରତ ପାଇଁ ଡାକ୍ତରୀ ସହାୟତା ପଠାଇଛନ୍ତି।
The post ଭାରତରେ ପହଞ୍ଚିଲା ନେଦର୍ଲାଣ୍ଡ୍ରୁ ଆସିଥିବା ପ୍ରଥମ କୋଭିଡ୍-୧୯ ରିଲିଫ୍ ସାମଗ୍ରୀ first appeared on Sambad.from କରୋନା | Sambad https://ift.tt/2Rxr4uW
0 Comments