କୋଭିଡ୍‌-୧୯ର ଉତ୍ପତ୍ତି ସନ୍ଧାନ କର ନଚେତ କୋଭିଡ୍-୨୬ ଓ କୋଭିଡ୍-୩୨ ଭୋଗିବ: ଆମେରିକୀୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଭବିଷ୍ୟତରେ ମହାମାରୀ ବିପଦକୁ ପ୍ରତିରୋଧ କରିବା ଲାଗି କୋଭିଡ୍‌-୧୯ ଉତ୍ପତ୍ତି ସନ୍ଧାନ କରିବା ଲାଗି ବିଶ୍ବ ଚୀନ୍‌ ସରକାରଙ୍କ ସହଯୋଗ ଲୋଡୁଛି ବୋଲି ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଦୁଇଜଣ ବିଶେଷଜ୍ଞ କହିଛନ୍ତି।

ପୂର୍ବରୁ ଟ୍ରମ୍ପ୍‌ ପ୍ରଶାସନରେ ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର କମିସନର୍‌ ଏବଂ ସମ୍ପ୍ରତି ‘ଫାଇଜର୍‌ କମ୍ପାନି’ର ବୋର୍ଡରେ ଥିବା ସ୍କଟ୍‌ ଗଟ୍‌ଲିବ୍‌ ‘ସିବିସି ନିଉଜ୍‌’ର ‘ଫେସ୍‌ ଅଫ୍ ନେସନ୍‌’କୁ  କହିଛନ୍ତି, ଚୀନ୍‌ର ଉହାନ୍‌ ପରୀକ୍ଷାଗାରରୁ ‘ସାର୍ସ-କୋଭ୍-୨’ ଭୂତାଣୁ ଖସି ଆସିଥାଇ ପାରେ ବୋଲି କରାଯାଉଥିବା ବିଶ୍ବାସକୁ ସୁଦୃଢ଼ କରିବା ଲାଗି ମିଳୁଥିବା ସୂଚନା କ୍ରମଶଃ ବୃଦ୍ଧି ପାଇଛି।

Image Courtesy of Image Courtesy of NDTV

ସେ ପୁଣି ମଧ୍ୟ କହିଛନ୍ତି ଯେ, ବନ୍ୟପ୍ରାଣୀଙ୍କ ଠାରୁ ଉକ୍ତ ଭୂତାଣୁ ଆସିଥିବା କଥା ଅନ୍ବେଷଣରୁ କୌଣସି ସଙ୍କେତ ମିଳି ନ ଥିବା ବେଳେ ‘ଲ୍ୟାବ୍‌ ଲିକ୍’ ବିଶ୍ବାସକୁ ଟାଳିବା ଲାଗି ଚୀନ୍‌ ପ୍ରମାଣ ଯୋଗାଇ ଦେଇନାହିଁ।

Image Courtesy of Bloomberg

‘ଟେକ୍ସାସ୍ ଚିଲ୍‌ଡ୍ରେନ୍‌ସ୍‌ ହସ୍ପିଟାଲ୍‌ ସେଣ୍ଟର୍‌ ଫର୍‌ ଭ୍ୟାକ୍ସିନ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ର ସହ-ନିର୍ଦେଶକ ପିଟର୍‌ ହଟେଜ୍‌ ପୃଥକ୍‌ ଭାବେ ଟେଲିଭିଜନ୍‌ରେ ପ୍ରକଟ ହୋଇ ‘ଏନ୍‌ବିସି’ର ‘ମିଟ୍‌ ଦି ପ୍ରେସ୍‌’ କାର୍ଯ୍ୟକ୍ରମରେ କହି‌ଛନ୍ତି, ମହାମାରୀର ଅୟମାରମ୍ଭ କଥା ନ ଜାଣିପାରିବା କଥା ବିଶ୍ବକୁ ଭବିଷ୍ୟତ ମହାମାରୀ ସଂକ୍ରମଣମୁଖର କରୁଛି। ‌କୋଭିଡ୍‌-୧୯ର ସୃଷ୍ଟିକୁ ଆମେ ସମ୍ପୂର୍ଣ୍ଣରୂପେ ବୁଝି ନ ପାରିଲେ କୋଭିଡ୍-୨୬ ଓ କୋଭିଡ୍-୩୨ ସଂକ୍ରମଣ ଆସିବ।

ଉକ୍ତ ଭୂତାଣୁର ଉତ୍ପତ୍ତି ରହସ୍ୟ ଭେଦ କରି ପାରି ନ ଥିଲେ ମଧ୍ୟ ତାହା ଲ୍ୟାବ୍‌ରୁ ବାହାରି ନ ଥାଇ ପାରେ ବୋଲି ମାର୍ଚ ମାସରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିଲିଜ୍‌ କରିଥିବା ରିପୋର୍ଟ ଉଲ୍ଲେଖ କରିଥିଲା।

The post କୋଭିଡ୍‌-୧୯ର ଉତ୍ପତ୍ତି ସନ୍ଧାନ କର ନଚେତ କୋଭିଡ୍-୨୬ ଓ କୋଭିଡ୍-୩୨ ଭୋଗିବ: ଆମେରିକୀୟ ବିଶେଷଜ୍ଞ first appeared on Sambad.

from କରୋନା | Sambad https://ift.tt/3fxnxGC

Post a Comment

0 Comments