
ଉମରକୋଟ: କୋଭିଡ଼ ନିୟମ ଉଲ୍ଲଙ୍ଘନକ।ରୀଙ୍କ ପ୍ରତି ନବରଂଗପୁର ଜିଲ୍ଲା ଉମରକୋଟ ପ୍ରଶାସନ କଠୋର ମୋନଭ।ବ ଦେଖାଇଛି। ଫଳ ସ୍ୱରୂପ ଆଜି ଉମରକୋଟ ସହରରେ ୩ଟି ଦୋକାନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରିବା ସହ ସେମାନଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଖବରପାଇ ଉମରକୋଟ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ହିମାଞ୍ଚଳ ମାଝି ଏବଂ ଉପଖଣ୍ଡିୟ ଆରକ୍ଷୀ ଅଧିକ୍ଷକ ଦିନେଶ୍ କୁମାର ନାୟକ, ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଉମରକୋଟ ସହରର ବିଭିନ୍ନ ଦୋକାନରେ ଅଚାନକ ଚଢାଉ କରିଥିଲେ । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗୋଟିଏ ଲୁଗା ଦୋକାନ, ଗୋଟିଏ ଚପଲ ଦୋକାନ ସହ ଝରିଗାଁ ରାସ୍ତାରେ ଥିବା ଏକ ମଦ ଦୋକାନକୁ ସିଲ୍ କରିଛନ୍ତି । ଏହି ତିନି ଦୋକାନୀଙ୍କ ଠାରୁ ପ୍ରତ୍ୟେକ ଦଶ ହଜାର କରି ମୋଟ ତିରିଶ ହଜାର ଟଙ୍କା ଜରିମାନା କଟାଯାଇଛି।
ଏ ବାବଦରେ ଡାକ୍ତର ହିମାଞ୍ଚଳ ମାଝୀ କହିଛନ୍ତି, ଯେତେ ସଚେତନ କଲେ ବି ଲୋକେ ବୁଝୁ ନାହାଁନ୍ତି। ତେଣୁ ଏହିଭଳି ପଦକ୍ଷେପ ନେବାକୁ ଆମେ ବାଧ୍ୟ ହେଉଛୁ। ଆଗକୁ ଆହୁରି କଡାକଡି ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି।
The post କୋଭିଡ଼ ନିୟମ ଉଲ୍ଲଙ୍ଘନ: ୩ ଦୋକାନ ସିଲ୍, ୩୦ ହଜାର ଟଙ୍କା ଜରିମାନା first appeared on Sambad.from କରୋନା | Sambad https://ift.tt/3v5oUSm
0 Comments