
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ରୋଗୀଙ୍କ ପାଇଁ ଜାରି ହୋଇଥିବା ହ୍ବାଟସ୍-ଆପ ନମ୍ବରକୁ ଅଧିକ କ୍ରିୟାଶୀଳ କରାଯାଇଛି। ହ୍ବାଟସଆପ ନମ୍ବରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ୍ ଶଯ୍ୟା ଓ ଅକ୍ସିଜେନ୍ ସହାୟତା ସଂପର୍କରେ ତଥ୍ୟ ମିଳିପାରିବ। ଏହାସହ ଟିକାକରଣ ସଂପର୍କରେ ସମସ୍ତ ତଥ୍ୟ ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ବିଭାଗ ଓ ହ୍ବାଟସ୍ଆପର ମିଳିବ ସହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଲୋକମାନେ ମୋ:୯୩୩୭୯୨୯୦୦୦ ନମ୍ବରରେ ବିଭିନ୍ନ ସୂଚନା ପାଇପାରିବେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିବା ବେଳେ ଏହା ଜରିଆରେ ଶଯ୍ୟା ସଂପର୍କିତ ଅପଡେଟ୍ ତଥ୍ୟ ମିଳି ପାରିବ। ଯେଉଁମାନେ ଗୃହ ପୃଥକବାସରେ ରହିଛନ୍ତି, ସେମାନେ ନିଜ ନିଜର ପରୀକ୍ଷା କରିପାରିବେ, ଭିଡିଓ ଜରିଆରେ କିଭଳି ଟିକାକରଣ ପାଇଁ ନିଜକୁ ପଞ୍ଜୀକୃତ କରିବେ, ସେ ସଂପର୍କିତ ସୂଚନା ମଧ୍ୟ ମିଳିପାରିବ। ଟିକାକରଣ ସାର୍ଟିଫିକେଟ୍ କିଭଳି ଡାଉନଲୋଡ୍ କରିବେ, ସେ ସଂପର୍କରେ ମଧ୍ୟ ଜାଣିବାର ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
The post ହ୍ବାଟସ୍ଆପ୍ରେ ମିଳିବ କୋଭିଡ ଶଯ୍ୟା ଓ ଟିକାକରଣ ସଂପର୍କିତ ତଥ୍ୟ, ଡାଉନଲୋଡ ହୋଇପାରିବ ଟିକା ସାର୍ଟିଫିକେଟ୍ first appeared on Sambad.from କରୋନା | Sambad https://ift.tt/3fWCocy
0 Comments