ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ମାସରୁ ଭାରତରେ କୋଭିଡ୍-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ ଆରମ୍ଭ ହେବ ବୋଲି ଆଜି ରୁଷ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଡିବି ଭେଙ୍କଟେଶ ବର୍ମା ଘୋଷଣା କରିଛନ୍ତି।

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଭାରତରେ ୮୫୦ ନିୟୁତ ଡୋଜ୍‌ ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ ହେବ ବୋଲି ସେ କହିଛନ୍ତି। ସମଗ୍ର ପୃଥିବୀରେ ଯେତେ ପରିମାଣର ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦିତ, ଭାରତରେ ତା’ର ପ୍ରାୟ ୬୫% ରୁ ୭୦% ଉତ୍ପାଦନ କରାଯିବ। ଭାରତର ଚାହିଦା ମେଣ୍ଟିଯିବା ପରେ ରୁଷ୍‌ ଏହି ଟିକା ସବୁକୁ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳକୁ ଆମଦାନି କରିବା ଆରମ୍ଭ କରିବ।

ଭାରତର ସାମ୍ପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ରାଷ୍ଟ୍ରଦୂତ ଭେଙ୍କଟେଶ ବର୍ମ କହିଲେ ଯେ, ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି। ‘ବ୍ଲାକ୍‌ ଫଙ୍ଗସ୍‌’ ଚିକିତ୍ସା ନିମନ୍ତେ ଔଷଧ ପାଇବା ଲାଗି ଭାରତ ରୁଷ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଥିବା କଥା ମଧ୍ୟ ସେ କହିଛନ୍ତି।

Image Courtesy of Financial Express

ସୂଚନାଯୋଗ୍ୟ, ‘ସ୍ପୁଟ୍‌ନିକ୍‌ ଭି’ ପ୍ରସ୍ତୁତି ପାଇଁ ଅର୍ଥ ଯୋଗାଇ ଥିବା ରୁ‌ଷିଆର ସାର୍ବଭୌମ ସମ୍ପଦ ପାଣ୍ଠି ‘ରଷିୟାନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ (ଆର୍‌ଡିଆଇଏଫ୍‌) ଟିକା ଉତ୍ପାଦନ ନିମନ୍ତେ ୫ଟି ଭାରତୀୟ କମ୍ପାନିଙ୍କ ସହ ରାଜିନାମା ସ୍ବାକ୍ଷର କରିଛି।

ଚଳିତ ମାସ ପ୍ରାରମ୍ଭିକ ଭାଗରେ ଭାରତ ରୁଷ୍‌ ଠାରୁ ୨,୧୦,୦୦୦ ଡୋଜ୍‌ ‘ସ୍ପୁଟ୍‌ନିକ୍‌ ଭି’ ପାଇ ସାରିଛି। ମେ ଶେଷସୁଦ୍ଧା ଭାରତ ଆଉ ୩ ନିୟୁତ ଡୋଜ୍‌ ପାଇବ। ଜୁନ୍‌ ସୁଦ୍ଧା ଟିକା ଆମଦାନି ସଂଖ୍ୟା ୫ ନିୟତକୁ ବୃଦ୍ଧି ପାଇବ।

ଭାରତରେ ବ୍ୟବହାର ଲାଗି ମାତ୍ର ତିନୋଟି କୋଭିଡ୍‌-୧୯ ଟିକା ଯଥା:- ‘କୋଭିସିଲ୍‌ଡ୍‌’, ‘କୋଭାକ୍ସିନ୍‌’ ଓ ‘ସ୍ପୁଟ୍‌ନିକ୍‌ ଭି’କୁ ଅନୁମୋଦନ କରାଯାଇଛି।

The post ଅଗଷ୍ଟ ମାସରୁ ଭାରତରେ ଉତ୍ପାଦନ ହେବ କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ first appeared on Sambad.

from କରୋନା | Sambad https://ift.tt/3wrSe5K