
ଭୁବନେଶ୍ବର: ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ହଠାତ୍ ବଢ଼ିଯାଇଛି। ହେଲେ ଜାଣିବାକୁ ମିଳିଛି ଯେ, ରାଜଧାନୀରେ ୧୦ତାରିଖରେ ୨୧୮୫ଜଣ କରୋନା ପରୀକ୍ଷା କରିଥିବାବେଳେ ଆଜି ରେକର୍ଡ ୧୧୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ଯେତିକି ଜଣ ସ୍ବାବ୍ ଦେଇଥିଲେ ସେଥିରୁ ୫୪.୭୩% ଜଣ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ମୋଟ୍ ନମୁନାର ଅଧାରୁ ଅଧିକ କରୋନା ଆକ୍ରାନ୍ତ ହେବା ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଦିନକୁ ପ୍ରାୟ ଦୁଇ ହଜାରରୁ ଅଢେଇ ହଜାର ମଧ୍ୟରେ କରୋନା ପରୀକ୍ଷା ହେଉଥିବାବେଳେ ହଜାରେରୁ ୧୧ଶହ ମଧ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏବେ ବହୁ ଲୋକ କରୋନା ପରୀକ୍ଷା କରିବାକୁ ଆସୁନଥିବାବେଳେ ବହୁ ଲୋକ ଆକ୍ରାନ୍ତ ହେବାର କିଛି ଦିନ ପରେ କୋଭିଡ୍ ପରୀକ୍ଷା କରିବାକୁ ଆସୁଥିବା ଜଣାପଡ଼ିଛି।
ଯେଉଁଥିପାଇଁ ଏବେ ମୋଟ୍ ପରୀକ୍ଷାର ଅଧା ନମୁନା ପଜିଟିଭ୍ ଆସୁଛି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ୯ତାରିଖରେ ୨୫୨୧ ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୯୬୨ଜଣ ଆକ୍ରାନ୍ତ ଥିବା ବିଏମ୍ସି କହିଥିଲା। ସେହିପରି ୮ରେ ୨୯୩୫ଜଣ କୋଭିଡ ପରୀକ୍ଷା କରିଥିବାବେଳେ ୧୦୮୪ଜଣ କରୋନା ଆକ୍ରାନ୍ତ ଥିଲେ, ୭ରେ ୨୭୧୪ଜଣ କୋଭିଡ୍ ପରୀକ୍ଷା କରିଥିବାବେଳେ ୧୦୩୪ଜଣ କରୋନା ଆକ୍ରାନ୍ତ ଥିଲେ, ୬ରେ ୨୭୬୦ଜଣ କୋଭିଡ୍ ପରୀକ୍ଷା କରିଥିବାବେଳେ ୧୦୪୮ଜଣ କରୋନା ଆକ୍ରାନ୍ତ ଥିଲେ, ୫ରେ ୩୦୧୮ଜଣ କରୋନା ପରୀକ୍ଷା କରିଥିବାବେଳେ ୧୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯେତିକି କରୋନା ଆକ୍ରାନ୍ତଙ୍କୁ ବିଏମ୍ସି ଚିହ୍ନଟ କରିପାରିଥିଲା ସେମାନଙ୍କ ତାଲିକା ଦେଇଥିଲା। ବାସ୍ତବରେ ଯେତିକି ଆକ୍ରାନ୍ତଙ୍କ ତାଲିକା ଦିଆଯାଇଥିଲା ତା’ର ୧୦ରୁ ୧୫% ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଏମ୍ସି ପକ୍ଷରୁ ସେମାନଙ୍କୁ ଟ୍ରେସିଂ କରାଯାଇପାରିନଥିବାରୁ ତାଲିକାରେ ଦିଆଯାଇନଥିଲା।
The post ରାଜଧାନୀରେ ପରୀକ୍ଷା କରୁଥିବା ଅଧାରୁ ଅଧିକ ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/33ynbsq
0 Comments