ନୂଆଦିଲ୍ଲୀ: ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ନିମନ୍ତେ ତା’ର ଟିକା ଉପଯୁକ୍ତ ଏବଂ ୨ ରୁ ୮ ଡିଗ୍ରି ତାପମାତ୍ରାରେ ତାହାକୁ ମାସକରୁ ଅଧିକ ସମୟ ଗଚ୍ଛିତ ରଖି ହେବ ବୋଲି ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍’ କେନ୍ଦ୍ର ସରକାରଙ୍କୁ କହିଛି।
‘ଇଣ୍ଡେମିନିଟି ପ୍ରୋଟେକ୍ସନ୍ ଲାଏବିଲିଟି’ ସଂକ୍ରାନ୍ତରେ ‘ଫାଇଜର’ର ଅଧିକାରୀ ଏବଂ ସରକାର ଆଲୋଚନା କରିଛନ୍ତି। ଭାରତକୁ ଟିକା ଆଣିବା ପୂର୍ବରୁ କେତେକ ନିୟମ କୋହଳ କରିବା ଲାଗି ‘ଫାଇଜର୍’ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛି ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ସର୍ତ୍ତାବଳି କୋହଳ ହେଲେ ୨୦୨୧ରେ ଭାରତକୁ ୫ କୋଟି କୋଭିଡ୍-୧୯ ଟିକା ଯୋଗାଇ ଦେବ ବୋଲି ‘ଫାଇଜର୍’ କହିଛି।
ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ସିପ୍ଲା’ ସହ ବୁଝାମଣା କରି ଅନ୍ୟ ଏକ ଆମେରିକୀୟ ଔଷଧ କମ୍ପାନି ‘ମଡର୍ଣ୍ଣା’ ମଧ୍ୟ ଭାରତରେ କୋଭିଡ୍-୧୯ ଟିକା ଉତ୍ପାଦନ କରିବା ଲାଗି ବନ୍ଦୋବସ୍ତ କରିଛି।
କେବଳ କେନ୍ଦ୍ର ସରକାରଙ୍କ ସହ କାରବାର କରିବେ ବୋଲି ଦର୍ଶାଇ ପୂର୍ବରୁ ‘ଫାଇଜର୍’ ଓ ‘ମଡର୍ଣ୍ଣା’ ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ ଟିକା ଦେବାକୁ ଅଗ୍ରାହ୍ୟ କରି ଦେଇଥିଲେ।
The post ୧୨ ବର୍ଷରୁ ଊର୍ଦ୍ଧ୍ବଙ୍କ ନିମନ୍ତେ ଟିକା ଉପଯୁକ୍ତ ଏବଂ ୫ କୋଟି ଡୋଜ୍ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା କଥା କେନ୍ଦ୍ର ସରକାରଙ୍କୁ କହିଲା ‘ଫାଇଜର୍’ first appeared on Sambad.from କରୋନା | Sambad https://ift.tt/3oSriJC
0 Comments