ନୂଆଦିଲ୍ଲୀ: ଦେଶ ମଧ୍ୟସ୍ଥ ବିମାନ ଯାତ୍ରା ପାଇଁ ଥିବା ସର୍ବନିମ୍ନ ଦେୟ ୧୫% ମହଙ୍ଗା ହେବ ବୋଲି ଶୁକ୍ରବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି। ଜୁନ୍‌ ପହିଲା ଠାରୁ ଏହି ସଂଶୋଧିତ ଦେୟ ଲାଗୁ ହେବ ବୋଲି ମଧ୍ୟ ମନ୍ତ୍ରାଳୟ ଜାରି କରିଥିବା ସରକାରୀ ଆଦେଶନାମାରେ ଉଲ୍ଲେଖ ଅଛି।

ଦେଶରେ କରୋନାଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ବାତାବରଣ ଯୋଗୁଁ ଯାତ୍ରୀମାନେ ବିମାନଯାତ୍ରା ପ୍ରତି ବିମୁଖ ହୋଇଥିବାରୁ ଭାରତରେ ଥିବା ଏୟାର୍‌ଲାଇନ୍‌ ସବୁ ବିପୁଳ କ୍ଷତି ସହୁଛନ୍ତି। କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ଯାତ୍ରୀବାହୀ ବିମାନ ଚଳାଉଥିବା କମ୍ପାନିମାନଙ୍କର ଅବସ୍ଥା ବିଗାଡ଼ି ଦେଇଛି।

ତେଣୁ, ଏୟାର୍‌ଲାଇନ୍ମାନଙ୍କର ଉପକାର ଲାଗି ଯାତ୍ରୀ ମାସୁଲ ବୃଦ୍ଧି କରିବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟ ସ୍ଥିର କରିଛି। ଏହା ବ୍ୟତିରେକେ, ଏୟାର୍‌ଲାଇନ୍‌ଗୁଡ଼ିକର ‘ନେଟ୍‌ୱାର୍କ ସାମର୍ଥ୍ୟ’ ମଧ୍ୟ ହ୍ରାସ କରିବା ଲାଗି ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ କରିଛି।

Image Courtesy of Mint

ମନ୍ତ୍ରାଳୟର ଆନୁଷ୍ଠାନିକ ବିଜ୍ଞପ୍ତି ଅନୁସାରେ, ଜୁନ୍‌ ୧ରୁ ୪୦ ମିନିଟ୍‌ ମଧ୍ୟରେ ସୀମିତ ବିମାନଯାତ୍ରା ଶୁଳ୍କ ୧୩% ବୃଦ୍ଧି କରାଯାଇଛି। ଅର୍ଥାତ୍ ପୂର୍ବରୁ ଯେଉଁଯାତ୍ରୀ ଶୁଳ୍କ ୨,୩୦୦ ଟଙ୍କା ପଡୁଥିଲା, ଏବେ ତାହା ୨୬୦୦ ଟଙ୍କାକୁ ବୃଦ୍ଧି କରାଗଲା। ସେହିଭଳି, ୪୦ ରୁ ୬୦ ମିନିଟ୍‌ ବିମାନ ଯାତ୍ରା ନିମନ୍ତେ ଥିବା ସର୍ବନିମ୍ନ ଶୁଳ୍କ ୨,୯୦୦ ଏବେ ୩,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଦେଶ ମଧ୍ୟରେ ଯାତାୟାତ କରୁଥିବା ବିମାନ ସର୍ବାଧିକ ୭,୮୦୦ ଟଙ୍କା ଶୁଳ୍ପ ଦାବି କରି ପାରିବେ।

ସୂଚନାଯୋଗ୍ୟ, ଯେ ବିମାନଯାତ୍ରା ଲାଗି ଥିବା ସର୍ବାଧିକ ଦେୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

The post ଜୁନ୍‌ ୧ରୁ ୧୫% ମହଙ୍ଗା ହେବ ଦେଶ ମଧ୍ୟସ୍ଥ ବିମାନ ଯାତ୍ରା ଦେୟ first appeared on Sambad.

from କରୋନା | Sambad https://ift.tt/3uyEuVc