
ଭୁବନେଶ୍ୱର : କରୋନାକୁ ମାତ୍ ଦେଇଛି ମାସକର ଏକ ଶିଶୁ। ୧୦ ଦିନ ଧରି ଭେଣ୍ଟିଲେଟର୍ ସହାୟତାରେ ଚିକିତ୍ସିତ ହେବା ପରେ ଶିଶୁଟି ଆଜି କୋଭିଡ୍ରୁ ସଂପୂର୍ଣ୍ଣ ମୁକ୍ତ ହୋଇଛି। ଶିଶୁଟିକୁ ଚିକିତ୍ସା କରୁଥିବା ଡା. ଅଜିତ ମହାପାତ୍ର ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି। ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ମାସକର ଏକ ଶିଶୁ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତେବେ ସେଠାରେ ତା’ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାକୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ଦୀର୍ଘ ୧୦ ଦିନ ଧରି ଲଢ଼ିବା ପରେ ଶିଶୁଟି କରୋନାରୁ ମୁକ୍ତ ହୋଇଛି। ଏବେ ସେ ସୁସ୍ଥ ଅଛି ଓ ଖାଦ୍ୟ ଗ୍ରହଣ କରୁଛି। ଏହାର ଏକ ଭିଡିଓ ଏବେ ଟ୍ବିଟର୍ରେ ଭାଇରାଲ୍ ହେବାରେ ଲାଗିଛି।
The post କରୋନାକୁ ହରାଇଲା ମାସକର ଶିଶୁ, ‘ଡାକ୍ତର କହିଲେ ଚମତ୍କାର’ first appeared on Sambad.from କରୋନା | Sambad https://ift.tt/2RWedCU
0 Comments