ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗତ ଏପ୍ରିଲ ମାସରୁ କାୟା ବିସ୍ତାର କରିଥିବା କରୋନା ସଂକ୍ରମଣର ପ୍ରତିଶତ ବର୍ତ୍ତମାନ ହ୍ରାସ ପାଉଥିବା ବେଳେ ଧୀରେ ଧୀରେ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି। ଦିଲ୍ଲୀରେ କରୋନା ସଂକ୍ରମଣରେ ଏପ୍ରିଲରୁ ମେ ୨୮ ସୁଦ୍ଧା ପାଖାପାଖି ୫୦ ଜଣ ପ୍ରବାସୀ ଓଡ଼ିଆ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ଅନେକ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବା ଗୃହ ପୃଥଗ୍‌ବାସରେ ଅଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାନୀୟ ଓଡିଆ ସଂଗଠନ ‘ଓଡିଆ ମହାମଞ୍ଚ’ ସହଯୋଗରେ ୧୧୦ ଅସହାୟ ପ୍ରବାସୀ ଓଡିଆଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ତଥା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ୧୮ ଜଣ ମୃତକଙ୍କ ଶବ ସତ୍କାର ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି। ଏହାଛଡ଼ା ଆହୁରି ୨୫୦ରୁ ଊର୍ଦ୍ଧ୍ବ ଅସହାୟ ପ୍ରବାସୀ ଓଡିଆଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ନେଇ ପ୍ରୟାସ ଜାରି ରହିଥିବାର ଓଡିଆ ମହାମଞ୍ଚର ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳ ସୂଚନା ଦେଇଛନ୍ତି।

The post ଦିଲ୍ଲୀରେ ପୀଡ଼ିତ ପ୍ରବାସୀ ଓଡ଼ିଆଙ୍କୁ ସହାୟତା first appeared on Sambad.

from କରୋନା | Sambad https://ift.tt/3i8K5yW