ବେଙ୍ଗାଲୁରୁ: ପ୍ରତି ସେକେଣ୍ଡ୍‌ରେ ଜଣେ ସଂକ୍ରମିତ, ସକ୍ରିୟ ମାମଲା ୩ ଲକ୍ଷ ଟପିଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ କୋଭିଡ୍‌ ସଂକ୍ରମଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ପ୍ରତି ସେକେଣ୍ଡ୍‌ରେ ବେଙ୍ଗାଲୁରୁରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି। ବେଙ୍ଗାଲୁରୁରେ ପଜିଟିଭ୍‌ ହାର ୫୫ ପ୍ରତିଶତ ଛୁଇଁବା ପରେ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ ସରକାର ଗୁରୁତ୍ବାରୋପ କରିଛନ୍ତି। ମଙ୍ଗଳବାର କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ମୋଟ୍‌ ୪୪,୬୩୨ ସଂକ୍ରମଣ ମାମଲାରୁ ୨୦,୮୭୦ ମାମଲା କେବଳ ବେଙ୍ଗାଲୁରୁରେ ଚିହ୍ନଟ ହୋଇଛି ଏବଂ ୧୩୨ କରୋନା ମୃତ୍ୟୁ ହୋଇଛି। ସଂକ୍ରମଣ ବଢ଼ିବା ସାଙ୍ଗକୁ ଅକ୍ସିଜେନ୍‌ ସଙ୍କଟ ଅଧିକ ବିପଦ ବଢ଼ାଇଛି। ଅନ୍ୟପକ୍ଷେ ବଡ଼ ହସ୍ପିଟାଲ୍‌ରେ ବେଡ୍‌ ଅଭାବ ‌ଦେଖାଦେବାରୁ ଗୁରୁତର ରୋଗୀଙ୍କୁ ମଧ୍ୟ ଫେରାଇ ଦିଆଯାଉଛି। ‌ବେଙ୍ଗାଲୁରୁରେ ଦୈନିକ ହାରାହାରି ପଜିଟିଭ୍‌ ମାମଲା ପ୍ରାୟ ୨୦ ହଜାର ରହୁଛି। ବେଙ୍ଗାଲୁରୁର ଦୈନିକ ସଂକ୍ରମଣ ଅନ୍ୟ ପ୍ରମୁଖ ସହରକୁ ମଧ୍ୟ ଟପିଯାଇଛି। ଗତକାଲି ବେଙ୍ଗାଲୁରୁର ପଜିଟିଭ୍‌ ସଂଖ୍ୟା ୨୦,୮୭୦ ଥିବାବେଳେ ଦିଲ୍ଲୀରେ ୧୯,୯୫୩ , ପୁନେରେ ୩,୧୮୯ ଏବଂ ମୁମ୍ବାଇରେ ସଂକ୍ରମଣ ମାମଲା ୨,୫୫୪ ଥିଲା। ଦେଶରେ ସର୍ବାଧିକ ସକ୍ରିୟ ମାମଲା ବେଙ୍ଗାଲୁରୁରେ ରହିଛି। ଏହି ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଯାଇଛି। ଅନ୍ୟପକ୍ଷେ ଦିଲ୍ଲୀ ସକ୍ରିୟ ମାମଲା ୯୦,୪୧୯ ଥିବାବେଳେ ପୁନେରେ ୧,୦୯,୫୩୧ ଏବଂ ମୁମ୍ବାଇରେ ସକ୍ରିୟ ମାମଲା ୫୬,୪୬୫ ରହିଛି।

ସବୁଠୁ ଚିନ୍ତାଜନକ ହେଉଛି ବେଙ୍ଗାଲୁରୁରେ ଟେଷ୍ଟିଂ କମ୍‌ ଥାଇ ମଧ୍ୟ ସଂକ୍ରମଣ ବଢ଼ୁଛି। ‌ବେଙ୍ଗାଲୁରୁରେ ଗତମାସରେ ଦୈନକି ୧.୦୫ ଲକ୍ଷ ନମୁନା ପରୀକ୍ଷା ହେଉଥିଲା କିନ୍ତୁ ଏବେ ଏହା ୪୦,୧୨୮କୁ ଖସିଆସିଛି। ଗୋଟିଏ ପ‌ଟେ ‌ଟେଷ୍ଟିଂ କମିଥିବା ବେଳେ ସଂକ୍ରମଣ ବଢ଼ିବା ଅତ୍ୟନ୍ତ ଚିନ୍ତାଜନକ। ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ କେରଳରେ ସଂକ୍ରମଣ ଲଗାାତାର ଭା‌ବେ ବଢ଼ୁଛି। ତାମିଲନାଡ଼ୁରେ ଗତକାଲି ୨୧,୨୨୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ‌ରେ ୪୪,୪୩୮ ମାମଲା ରହିଛି। ଅନ୍ୟପକ୍ଷେ କେରଳରେ ୪୧,୯୫୩ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି।

The post ବେଙ୍ଗାଲୁରୁ: ପ୍ରତି ସେକେଣ୍ଡ୍‌ରେ ଜଣେ ସଂକ୍ରମିତ, ସକ୍ରିୟ ମାମଲା ୩ ଲକ୍ଷ ଟପିଲା first appeared on Sambad.

from କରୋନା | Sambad https://ift.tt/3b5pVBD

Post a Comment

0 Comments