
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମୁକାବିଲା କରିବାରେ ସରକାରଙ୍କ ଅପାରଗତା ଦର୍ଶାଇବାକୁ ଯାଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶନିବାର ଦିନ ଆରବୀୟ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି, ଟିକା ନାହିଁ। ସର୍ବନିମ୍ନ ‘ଜିଡିପି’। ସର୍ବାଧିକ କୋଭିଡ୍ ମୃତ୍ୟୁ। ‘ଭାରତ ସରକାରଙ୍କ’ ମୁକାବିଲା? ପ୍ରଧାନମନ୍ତ୍ରୀ ବଡ଼ ପାଟିରେ କହୁଛନ୍ତି।
ରାହୁଲ୍ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ଜନତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ‘କୁମ୍ଭୀର କାନ୍ଦଣା’ କାନ୍ଦୁଛନ୍ତି।
ଶୁକ୍ରବାର ଦିନ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀର ଡାକ୍ତରମାନଙ୍କ ସହ ‘ଡିଜିଟାଲ୍ ଆଳାପ’ବେଳେ ପ୍ରଧାନମନ୍ତ୍ରୀ ଭାବବିହ୍ବଳ ହୋଇ ଉଠିଥିବା କଥାକୁ ସମାଲୋଚନା କରି ଅନ୍ୟ ଏକ ଟୁଇଟ୍ରେ ରାହୁଲ୍ ଲେଖିଛନ୍ତି, କୁମ୍ଭୀରମାନେ ନିରୀହ। କେନ୍ଦ୍ର ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୌଶିକ ବସୁ ଟୁଇଟ୍ କରିଥିବା ବୈଶ୍ବିକ ଅର୍ଥନୈତିକ ପରିସ୍ଥିତି ଏବଂ ମହାମାରୀ ପରିସ୍ଥିତିର ‘ଚାର୍ଟ’ ମଧ୍ୟ ରାହୁଲ୍ ତାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ସେୟାର୍ କରିଛନ୍ତି।
ଆଉ ଏକ ଟୁଇଟ୍ରେ ରାହୁଲ୍ ଲେଖିଛନ୍ତି, ‘ମୋଦୀ ସିଷ୍ଟମ୍’ରେ ଅବ୍ୟବସ୍ଥିତ ପରିଚାଳନା କାରଣରୁ କୋଭିଡ୍ ମହାମାରୀ ସହ ଭାରତରେ ବ୍ଲାକ୍ ଫଙ୍ଗସ୍ ମହାମାରୀ ବ୍ୟାପିଛି। କୋଭିଡ୍ ଔଷଧ ଅଭାବ ସହ ଭାରତରେ ବ୍ଲାକ୍ ଫଙ୍ଗସ୍ ଔଷଧର ମଧ୍ୟ ଘୋର ଅଭାବ ରହିଛି। ବ୍ଲାକ୍ ଫଙ୍ଗସ୍ ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ଅବିଳମ୍ବେ ‘ତାଳି-ଥାଳି’ ଘୋଷଣା କରିବେ।
ରାହୁଲ୍ଙ୍କ ସହ ଅନ୍ୟ ଦୁଇଜଣ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଏବଂ ଜୟରାମ ରମେଶ ମଧ୍ୟ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
The post ଟୁଇଟର୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ରାହୁଲ୍ ଗାନ୍ଧୀ ଲେଖିଲେ: କୁମ୍ଭୀରମାନେ ନିରୀହ first appeared on Sambad.from କରୋନା | Sambad https://ift.tt/2Td5Pj1
0 Comments