ନୂଆଦିଲ୍ଲୀ: ଭାରତର ‘ସାର୍ସ-କୋଭ୍-୨ ଜିନୋମିକ୍ସ୍ କନ୍ସୋଟ୍ରିଆ’ର (ଆଇଏନ୍ଏସ୍ଏସିଓଜି) ବୈଜ୍ଞାନିକ ପରାମର୍ଶଦାତା ଗ୍ରୁପ୍ରୁ ବରିଷ୍ଠ ଭୂତାଣୁବିତ୍ ଶାହିଦ୍ ଜମିଲ ଇସ୍ତଫା ଦେଇଛନ୍ତି। ନୂତନ କରୋନାଭାଇରସ୍ର ଗୁଣସୂତ୍ରୀୟ ପରିବର୍ତ୍ତନ ଚିହ୍ନଟ ନିମନ୍ତେ କେନ୍ଦ୍ର ସରକାର ଏହି ଫୋରମ୍ ଗଠନ କରିଥିଲେ।
‘ଅଶୋକ ୟୁନିଭର୍ସିଟି’ର ‘ତ୍ରିବେଦୀ ସ୍କୁଲ୍ ଅଫ୍ ବାୟୋସାଇନ୍ସେସ୍’ର ନିର୍ଦେଶକ ଥିବା ଶାହିଦ ଜାମିଲ କାହିଁକି ଏହି ‘ଫୋରମ୍’ ଛାଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ। ବିଶେଷ କରି, ‘କୋଭିଡ୍-୧୯’ର ଦ୍ବିତୀୟ ପ୍ରବାହରେ ସରକାରଙ୍କ ମହାମାରୀ ପରିଚାଳନାକୁ ଜମିଲ୍ ସମାଲୋଚନା କରୁଥିଲେ।
ମେ ୧୩ ତାରିଖ ଦିନ ‘ନ୍ୟୁୟର୍କ ଟାଇମ୍ସ୍’ର ମତାମତ ଆଲେଖ୍ୟରେ ଡକ୍ଟର୍ ଜମିଲ୍ କୋଭିଡ୍-୧୯ର ଏକାଧିକ ପ୍ରବାହ ବିପକ୍ଷରେ ଭାରତର ମୁକାବିଲା ଓ ଅସମ ଟିକାକରଣ ପ୍ରସଙ୍ଗ ସଂକ୍ଷେପରେ ଉଲ୍ଲେଖ କରିଥିଲେ। ସରକାରଙ୍କର ପ୍ରମାଣଭିତ୍ତିକ ନିଷ୍ପତ୍ତି ଯୋଗୁଁ ବୈଜ୍ଞାନିକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ମତ ଦେଇଥିଲେ।
ଏଥିରେ ଡକ୍ଟର ଜମିଲ୍ ଲେଖିଥିଲେ, ଏପ୍ରିଲ୍ ୩୦ ତାରିଖ ଦିନ ୮୦୦ରୁ ଅଧିକ ଭାରତୀୟ ବୈଜ୍ଞାନିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରି ଲେଖିଥିଲେ କି, ସେମାନଙ୍କୁ ଏହି ଭୂତାଣୁ ସଂକ୍ରାନ୍ତରେ ଅଧିକ ତଥ୍ୟ ଦିଆଯାଉ। ଏହି ତଥ୍ୟ ସେମାନଙ୍କୁ ଉକ୍ତ ଭୂତାଣୁ ଉପରେ ଅଧିକ ଅଧ୍ୟୟନ କରିବା ଏବଂ ତା’ ସମ୍ପର୍କରେ ଭବିଷ୍ୟବାଣୀ କରିବା ସହ ତା’ର ସଂକ୍ରମଣ ପ୍ରତିରୋଧ ପାଇଁ ସହାୟକ ହେବ। ଭାରତରେ ମହାମାରୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ମୃତ୍ୟୁର ଆଉ ଏକ କାରଣ। ଆମେ ସହ୍ୟ କରୁଥିବା ଜୀବନହାନୀ ଚିରକାଳ ପାଇଁ କ୍ଷତଟିଏ ହୋଇ ରହିବ।
The post କେନ୍ଦ୍ର ସରକାରଙ୍କ ‘କୋଭିଡ୍ ଜିନୋମ୍ ମ୍ୟାପିଙ୍ଗ୍ ଗ୍ରୁପ୍’ର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଭୂତାଣୁବିତ୍ ଶାହିଦ ଜାମିଲ୍ first appeared on Sambad.from କରୋନା | Sambad https://ift.tt/3fkIK5q
0 Comments