ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଲେ କରୋନା ସଂକ୍ରମିତ ବୃଦ୍ଧ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜରାଛାଟ ଗ୍ରାମରେ ସୋମବାର ଜଣେ କରୋନା ସଂକ୍ରମିତ ଥିବା ବୃଦ୍ଧ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ସ୍ବର୍ଗତ ଦୈତାରୀ ପ୍ରଧାନଙ୍କ ପୁଅ କାନ୍ଦୁରୁ ପ୍ରଧାନ (୭୫) ।

ସୂଚନା ଅନୁସାରେ ଦୈତାରୀ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଥିଲେ । ସୋମବାର ତାଙ୍କୁ ଭୀଷଣ ଜ୍ୱର ହେବା ସହ ତରଳ ଝାଡ଼ା ହୋଇଥିଲା। ପରେ ସେ ବାହାରକୁ ଯାଉଛି କହି ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ବିଚଳିତ ହୋଇପଡ଼ିଥିଲେ । ଖୋଜାଖୋଜି କରି ନିକଟସ୍ଥ ଜଙ୍ଗଲରୁ ମୃତ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ । ଖବର ପାଇ କୁଣ୍ଢେଇଗୋଳା ପୁଲିସ ଖବର ପାଇ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।

The post ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଲେ କରୋନା ସଂକ୍ରମିତ ବୃଦ୍ଧ first appeared on Sambad.

from କରୋନା | Sambad https://ift.tt/2R7zIQZ

Post a Comment

0 Comments