
ବେଜିଙ୍ଗ୍: ଉହାନ୍ ସହରରୁ କରୋନାଭାଇସ୍ ବାହାରି ସମଗ୍ର ବିଶ୍ବକୁ ବ୍ୟାପିଯିବାର ଅଳ୍ପ ଦିନ ପୂର୍ବରୁ ‘ଉହାନ୍ ଲ୍ୟାବ୍’ର ତିନିଜଣ ଗବେଷକ ଅସୁସ୍ଥ ହୋଇ ଡାକ୍ତରଖାନାକୁ ଯିବା ରିପୋର୍ଟ ‘ନିରୋଳା ମିଥ୍ୟା’ ବୋଲି ସୋମବାର ଦିନ ଚୀନ୍ କହିଛି।
ଚୀନ୍ କୌଣସି ପରୀକ୍ଷାଗାରରୁ କରୋନାଭାଇରସ୍ ଭୂତାଣୁ ‘ଲିକ୍’ ହୋଇଥାଇ ପାରେ ବୋଲି କରାଯାଉଥିବା ସନ୍ଦେହକୁ ଚୀନ୍ ବେଜିଙ୍ଗ୍ ସର୍ବଦା ଖଣ୍ଡନ କରି ଆସୁଛି।
ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ରିପୋର୍ଟ ଆଧାରରେ ରବିବାର ଦିନ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଥିଲା ଯେ, ୨୦୧୯ ନଭେମ୍ବର ପ୍ରାରମ୍ଭରେ ‘ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ର ତିନିଜଣ ଗବେଷକଙ୍କ ଠାରେ ଉଭୟ କୋଭିଡ୍-୧୯ ଏବଂ ଋତୁ ପରିବର୍ତ୍ତନକାଳୀନ ଅସୁସ୍ଥତା ଲକ୍ଷଣ ଦେଖା ଦେଇଥିଲା।
ଉପରୋକ୍ତ ରିପୋର୍ଟ ପ୍ରସଙ୍ଗରେ ପଚରାଯିବାରୁ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଚାଓ ଲିଜିଆନ୍ କହିଲେ ଯେ, ଏହି ରିପୋର୍ଟ ‘ନିରୋଳା ମିଥ୍ୟା’। ଲ୍ୟାବ୍ର ବିବୃତି ଅନୁସାରେ, ୨୦୧୯ ଡିସେମ୍ବର ୩୦ ପୂର୍ବରୁ ଲ୍ୟାବ୍ କୋଭିଡ୍-୧୯ ସଂସ୍ପର୍ଶରେ ଆସି ନ ଥିଲା। ଏପର୍ଯ୍ୟନ୍ତ ମଧ୍ୟ ଲ୍ୟାବ୍ର କର୍ମଚାରୀ ଏବଂ ସ୍ନାତକ ବିଦ୍ୟାର୍ଥୀମାନେ ‘ସଂକ୍ରମଣ ଶୂନ୍ୟ’ ଥିବା ରେକର୍ଡ ରହିଛି। କିନ୍ତୁ, ଅଧ୍ୟୟନ ନିମନ୍ତେ କରୋନାଭାଇରସ୍କୁ ‘ଲ୍ୟାବ୍’କୁ ନିଆଯାଇଥିଲା।
ଏହି ମାରାତ୍ମକ ଭୂତାଣୁ ଚୀନ୍ ପରୀକ୍ଷାଗାରରୁ ବ୍ୟାପିଛି ବୋଲି ଉପୁଜିଥିବା ‘ସନ୍ଦେହ’କୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରଶାସନ ଚାରିଆେଡ଼େ ପ୍ରଘଟ କରାଇଥିଲା।
ମାତ୍ର, ଉହାନ୍ରେ ୪ ସପ୍ତାହ ଅତିବାହିତ କରିବା ପରେ ମାର୍ଚ ମାସରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏବଂ ‘ଚୀନ୍ ବିଶେଷଜ୍ଞମାନେ’ କରିଥିବା ମିଳିତ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ଉପରୋକ୍ତ ସନ୍ଦେହ ଭିତ୍ତିହୀନ।
ଏହି ଭୂତାଣୁ ସମ୍ଭବତଃ ବାଦୁଡ଼ି କିଂବା ଚିହ୍ନଟ ହୋଇ ନ ଥିବା ଅନ୍ୟ କୌଣସି ଜୀବ ଠାରୁ ମଣିଷ ଶରୀରକୁ ବ୍ୟାପିଛି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।
The post ଉହାନ୍ ଲ୍ୟାବ୍ ଗବେଷକ ଅସୁସ୍ଥତା ରିପୋର୍ଟ ‘ନିରୋଳା ମିଥ୍ୟା’: ଚୀନ୍ first appeared on Sambad.from କରୋନା | Sambad https://ift.tt/3fgynAA
0 Comments