
ନୂଆଦିଲ୍ଲୀ: ଟିକା ଅଭାବ ବେଳେ ‘କୋଭିସିଲ୍ଡ୍’ର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ାଇବା ବାହାନା ନୁହେଁ, ଭାରତ ପାଇଁ ପ୍ରାସଙ୍ଗିକ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷସ୍ତରୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉଚି ଗୁରୁବାର ଦିନ କହିଛନ୍ତି।
ଟିକାର ଅଭାବ ଲୁଚାଇବାକୁ ଯାଇ ଭାରତ ‘କୋଭିସିଲ୍ଡ୍’ର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ାଇଛି କି, ବୋଲି ପଚରା ଯିବାରୁ ଡାକ୍ତର ଫାଉଚି କହିଲେ, ଟିକାର ଦୁଇ ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ବଢ଼ାଇବା ଯୁକ୍ତଯୁକ୍ତ।
ସେ କହିଲେ, ଯଥେଷ୍ଟ ପରିମାଣର ଟିକା ନ ଥିଲେ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲାଗି ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ବ୍ୟବଧାନ ବୃଦ୍ଧି କରିବା ଯୁକ୍ତିସଙ୍ଗତ ଆଭିମୁଖ୍ୟ। ଅଧିକ ବିଳମ୍ବ ହୋଇଗଲେ ଟିକାର ଫଳପ୍ରଦତା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।
ଭାରତ ଭଳି ଅଡୁଆ ପରିସ୍ଥିତିରେ ପଡ଼ିଲେ ଯେତେ ସମ୍ଭବ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଏ ଭଳି କିଛି ଗୋଟାଏ ଉପାୟ କରିବାକୁ ପଡ଼େ ବୋଲି ଡାକ୍ତର ଫାଉଚି ମନ୍ତବ୍ୟ ଦେଇଛନ୍ତି।
ଏଭଳି ଏକ ସମୟରେ ଭାରତ ହେଉଛି ବିଶ୍ବର ସର୍ବବୃହତ୍ ଟିକା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ତେଣୁ, ଭାରତ ନିଜସ୍ବ ସମ୍ବଳ ନିଜ ଲୋକଙ୍କ ପାଇଁ ଉପଯୋଗ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।
The post ଟିକା ଅଭାବ ବେଳେ ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ାଇବା ବାହାନା ନୁହେଁ, ଭାରତ ପାଇଁ ଯୁକ୍ତିଯୁକ୍ତ: ଡାକ୍ତର ଫାଉଚି first appeared on Sambad.from କରୋନା | Sambad https://ift.tt/3htrUUq
0 Comments