ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିରେ ସଂଗରୋଧରୁ ୧୮୪ ଓ ସ୍ଥାନୀୟ ଅଂଚଳରୁ ୯୬୭ ସଂକ୍ରମିତ ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୮୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ବିଏମ୍‌ସି ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

 

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୁରୁଣା ଭୁବନେଶ୍ୱରରୁ ୬୫ ଜଣ, ପଟିଆରୁ ୬୪, ନୟାପଲ୍ଲୀରୁ ୫୩, ବଡ଼ଗଡ଼, ଝାରପଡ଼ା, ଡୁମଡୁମାରୁ ୩୭ ଜଣ ଲେଖାଏଁ, ଖଣ୍ଡଗିରିରୁ ୩୫, ସୁନ୍ଦରପଦାରୁ ୩୨, ପୋଖରିପୁଟରୁ ୨୨, ଶୈଳଶ୍ରୀ ବିହାରରୁ ୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୬୩ ହଜାର ୬୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୧ ହଜାର ୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯୯ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୨ ହଜାର ୨୭୩ ଜଣ ଚିକିତ୍ସାଧୀନ ଅଛନ୍ତି ।

The post ଭୁବନେଶ୍ୱରରେ ଆଜି ୧୧୫୧ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୮୯୬ ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/3fqdhie