ନୂଆଦିଲ୍ଲୀ: ଜୀବନ ରକ୍ଷା କରିବା ଏବଂ ଭୂତାଣୁକୁ ପରାହତ କରିବା ନିମନ୍ତେ ଟିକା ଏକାନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ‘ଭର୍ଚ୍ୟୁଆଲ୍‌ ଭେସାକ୍ ଗ୍ଲୋବାଲ୍‌ ସେଲିବ୍ରେସନ୍‌’ର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌-୧୯ ପରବର୍ତ୍ତୀ ଦୁନିଆ ଆଉ ପୂର୍ବଭଳି ରହିବ ନାହିଁ। ଆଗାମୀ ଦିନମାନଙ୍କରେ ବିଭିନ୍ନ ଘଟଣାବଳିକୁ ପ୍ରାକ୍‌-କୋଭିଡ୍‌ କିଂବା ଉତ୍ତର କୋଭିଡ୍‌ ଘଟଣାବଳି ଭାବେ ସ୍ମରଣ କରାଯିବ। ଦଶନ୍ଧି ଦଶନ୍ଧି ଧରି ମଣିଷ ସମ୍ମୁଖୀନ ହୋଇଥିବା ସଂକଟ ମଧ୍ୟରେ କୋଭିଡ୍‌-୧୯ ହେଉଛି ସବୁଠୁ ସଙ୍କଟମୟ। ଶହେ ବର୍ଷ ମଧ୍ୟରେ ବିଶ୍ବ ଏଭଳି କୌଣସି ମହାମାରୀ ଦେଖିନାହିଁ।

ସେ ଆହୁରି ମଧ୍ୟ କହିଲେ, ଏବେ ମହାମାରୀକୁ ଅପେକ୍ଷାକୃତ ଉତ୍ତମ ଭାବେ ବୁଝି ହୋଇଛି। ଜୀବନ ରକ୍ଷାକରିବା ନିମନ୍ତେ ଓ ଭୂତାଣୁକୁ ପରାସ୍ତ କରିବା ନିମନ୍ତେ ଟିକା ଏକାନ୍ତ ଗୁରୁତ୍ବପୂର୍ଣ୍ଣ।

ଏହା ବ୍ୟତିରେକେ, ମହାମାରୀ କାରଣରୁ ଅବସ୍ଥା ଭୋଗିଥିବା ଏବଂ ପ୍ରିୟପରିଜନଙ୍କୁ ହରାଇଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରି କହିଛନ୍ତି ଯେ, ସେମାନଙ୍କ ଦୁଃଖରେ ସେ ମଧ୍ୟ ସମଦୁଃଖୀ।

The post ମହାମାରୀକୁ ପରାସ୍ତ କରିବା ଲାଗି କୋଭିଡ୍‌-୧୯ ଟିକା ଏକାନ୍ତ ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from କରୋନା | Sambad https://ift.tt/2SwAabJ