
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ ଟିକା ବିକ୍ରି ଲାଗଇ ‘ଫାଇଜର୍’ ଓ ‘ମଡର୍ଣ୍ଣା’ ମନା କରିବା ପରେ କୋଭିଡ୍-୧୯ ନିରୋଧୀ ଟିକା ଆମଦାନି ପାଇଁ ଆଜି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନିବେଦନ କରିଛନ୍ତି।
ଗଣମାଧ୍ୟମକୁ କେଜ୍ରିୱାଲ୍ କହିଛନ୍ତି, ଟିକା ପାଇଁ ଆମେ ଫାଇଜର୍ ଓ ମଡର୍ଣ୍ଣା ସହିତ କଥାବାର୍ତ୍ତା କଲୁ। କିନ୍ତୁ, ଆମକୁ ସିଧାସଳଖ ଟିକା ବିକ୍ରୟ କରିବା ଲାଗି ଉଭୟ କମ୍ପାନି ମନା କରିଦେଲେ। କେବଳ ଭାରତ ସରକାରଙ୍କ ସହ କାରବାର କରିବେ ବୋଲି ସେମାନେ କହିଛନ୍ତି। ଟିକା ଆମଦାନି କରି ରାଜ୍ୟମାନଙ୍କୁ ବିତରଣ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି।
ଜାତୀୟ ରାଜଧାନୀରେ ଟିକାର ଅବଭାବ ପରିଲକ୍ଷିତ ହେବାରୁ ଭାରତରେ ଟିକା ଉତ୍ପାଦନ ନିମନ୍ତେ ଅଧିକ କମ୍ପାନିଙ୍କୁ ଅନୁମତି ଦେବା ଲାଗି ଗତ ଅଳ୍ପ କିଛି ଦିନ ତଳେ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଟିକା ଉତ୍ପାଦନ ବୃଦ୍ଧି କରାଇ ଅଳ୍ପ କିଛି ମାସ ମଧ୍ୟରେ ଦେଶର ସମସ୍ତ ନାଗରିକମାନଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଏକ ଜାତୀୟ ନୀତି ପ୍ରସ୍ତୁତ କରନ୍ତୁ ବୋଲି ସେ ପ୍ରସ୍ତାବ ଦେଇଥିଲେ।
The post ଦିଲ୍ଲୀ ସରକାରଙ୍କୁ ପ୍ରତ୍ୟକ୍ଷ ଟିକା ବିକ୍ରି ଲାଗି ‘ଫାଇଜର୍’ ଓ ‘ମଡର୍ଣ୍ଣା’ ମନା କରିବା ପରେ ଟିକା ଆମଦାନି ପାଇଁ କେନ୍ଦ୍ରକୁ ନିବେଦନ କଲେ କେଜ୍ରିୱାଲ୍ first appeared on Sambad.from କରୋନା | Sambad https://ift.tt/2QMdJiv
0 Comments