
ଯାଜପୁରସଦର : ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟବିଭାଗ ଏଥିପ୍ରତି ସଚେତନ ନଥିବା ଦେଖିବାକୁ ମିଳିଛି। ସୋମବାର ଜିଲ୍ଲାରେ ୫୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା କରୋନା ପରୀକ୍ଷା କେନ୍ଦ୍ର ଏହି ଅଭିଯୋଗକୁ ଖୋରାକ ଯୋଗାଉଛି। ଏଠାରେ ସ୍ବାବ୍ ପରୀକ୍ଷା ପାଇଁ ଆସିଥିବା ଲୋକମାନେ କାନ୍ଧରେ ହାତ ପକାଇ ଛିଡ଼ା ହେଉଛନ୍ତି। ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ସୁରକ୍ଷାକର୍ମୀଙ୍କର ମଧ୍ୟ ଏଥିପ୍ରତି ନଜର ନାହିଁ। ଲୋକମାନେ କରୋନା କଟକଣାକୁ ଅମାନ୍ୟ କରି ଛିଡ଼ା ହୋଇଥିବା ଧାଡ଼ିରେ ଶୃଙ୍ଖଳା କିମ୍ବା ସାମାଜିକ ଦୂରତା ରଖୁନାହାନ୍ତି। ଏଠାରେ ଦୁଇଟି ସ୍ଥାନରେ କରୋନା ପରୀକ୍ଷା କରାଯାଉଥିବା ବେଳେ ଉଭୟ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ପଟରୁ କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ଯାଉଥିବା ବେଳେ ଅନ୍ୟ ପାର୍ଶ୍ବରେ ଲୋକଙ୍କ ଏପରି ଆଚରଣ ବୁଦ୍ଧିଜୀବୀଙ୍କୁ ଚକିତ କରୁଛି। ପ୍ରକାଶ ଯେ, ଯାଜପୁର ଜିଲ୍ଲାରେ ସୋମବାର ସର୍ବାଧିକ ୫୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ଅଧିକାଂଶ ଲୋକଙ୍କର ଏଥିପ୍ରତି ଗୁରୁତ୍ବ ନାହିଁ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ଅବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ମୋଟ ୪ଶହରୁ ଅଧିକ ଲୋକଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିବା ସୂଚନା ଦିଆଯାଇଛି।
The post କରୋନା ପରୀକ୍ଷା ପାଇଁ ଠେଲାପେଲା: ଗୋଟିଏ ପଟେ ଉଠୁଛି ଶବ, ଅନ୍ୟ ପଟେ ନମୁନା ସଂଗ୍ରହ first appeared on Sambad.from କରୋନା | Sambad https://ift.tt/3fG5GvT
0 Comments