ନୂଆଦିଲ୍ଲୀ: ସମସ୍ତଙ୍କ ମତାମତକୁ ଆଧାର କରି ଆଉ ଗୋଟିଏ ସପ୍ତାହ (ମେ ୧୭) ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଥିବା କଥା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର ‘ଲକ୍‌ଡାଉନ୍‌’ ଜାରି କରିବା ଲାଗି ସ୍ଥିର କରିଛନ୍ତି। ତେଣୁ, ମେଟ୍ରୋ ସେବା ବାତିଲ ହେବ।

ବ୍ୟବସାୟୀ, ମହିଳା ଓ ଯୁବବର୍ଗଙ୍କ ସହ ସବିଶେଷ ଆଲୋଚନା କରିବା ପରେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।

Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ତିନି ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ‘ପଜିଟିଭିଟି’ ସଂଖ୍ୟା ୩୫%ରୁ ୨୩% ହ୍ରାସ ପାଇଥିଲେ ବି ପରିସ୍ଥିତିକୁ ଆହୁରି ସୁଧାରିବା ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ।

ଶନିବାର ସୁଦ୍ଧା ଦିଲ୍ଲୀରେ ୧୭,୩୬୪ ନୂଆ କୋଭିଡ୍‌-୧୯ ସଂକ୍ରମଣ ଏବଂ ସେ ଜନିତ ୩୩୨ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୬ ଦିନ ଭିତରୁ ଗତ ୨୪ ଘଣ୍ଟା ମଧ୍ୟରେ କ୍ରମାଗତ ୫ମ ଦିନରେ ଜାତୀୟ ରାଜଧାନୀରେ ୨୦ ହଜାରରୁ କମ୍‌ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।

The post ମେ ୧୭ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକ୍‌ଡାଉନ୍‌ ବଢ଼ାଇଲେ ଦିଲ୍ଲୀ ସରକାର; ବାତିଲ ହେବ ମେଟ୍ରୋ ସେବା first appeared on Sambad.

from କରୋନା | Sambad https://ift.tt/3y0RC8z