ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨.୫୯ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୦୯ ରହିଥିବା ଜଣାପଡ଼ିଛି। ଗତକାଲି ମୃତ୍ୟୁସଂଖ୍ୟା ୪ ହାଜାର ତଳକୁ ଖସିଯାଇଥିଲା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯,୫୯୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪,୨୦୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୬୦,୩୧,୭୩୫ ଓ ମୃତ୍ୟୁସଂଖ୍ୟା ୨,୯୧,୩୩୧ରେ ପହଞ୍ଚିଛି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୯୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୨୭,୧୨,୭୩୫ରେ ପହଞ୍ଚିଛି।
ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦,୨୭,୯୨୫।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୯,୧୮,୭୯,୫୦୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୨୦ ତାରିଖ ସୁଦ୍ଧା ସମୁଦାୟ ୩୨,୪୪,୧୭,୮୭୦ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୦,୬୧,୬୮୩ଟି ନମୁନା।
The post ପୁଣି ବଢ଼ିଲା ମୃତ୍ୟୁ: ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୯,୫୯୧ ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ, ମୃତ୍ୟୁସଂଖ୍ୟା ୪,୨୦୯ first appeared on Sambad.from କରୋନା | Sambad https://ift.tt/3bILOam
0 Comments