
ବାସୁଦେବପୁର : ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜ୍ବରରେ ପୀଡ଼ିତ ହେବା ପରେ ଶନିବାର ସେ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା। ଶ୍ରୀ ରାଉତରାୟ ଏବେ ଭୁବନେଶ୍ବରସ୍ଥିତ ବାସଭବନରେ ଏକାନ୍ତବାସରେ ରହି ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ରାଉତରାୟଙ୍କ ଆରୋଗ୍ୟ କାମନା କରି ବାଲିମେଦସ୍ଥିତ ମା ଭେଡା ନାୟକାଣୀ ମନ୍ଦିର ଓ ସ୍ଥାନୀୟ ଗୁଡସ୍ଥିତ ବଳଦେବ ଜିଉ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ବିଜେଡି ବ୍ଲକ ସଭାପତି ଦୀନବନ୍ଧୁ ଦାସ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶ, ସରପଞ୍ଚ ପ୍ରଫୁଲ୍ଲ ବିଶ୍ବାଳ, ନଗର ବିଜେଡି ସଭାପତି ଶ୍ୟାମସୁନ୍ଦର ମହାନ୍ତି, ବରିଷ୍ଠ କର୍ମକର୍ତ୍ତା ସୋମନାଥ ମହାକୁଡ, ମାନସ ସାହୁ, ବିଦ୍ୟାଧର ବେହେରା, କାଳନ୍ଦୀ ସାହୁ, ରତିକାନ୍ତ ବାରିକଙ୍କ ସମେତ ବହୁ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
The post ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ କରୋନା first appeared on Sambad.from କରୋନା | Sambad https://ift.tt/33gaRwE
0 Comments