ନୂଆଦିଲ୍ଲୀ: କରୋନାଭାଇରସ୍‌ ବିପକ୍ଷ ସଂଗ୍ରାମକୁ ତେଜିୟାନ୍‌ କରିବା ଲାଗି ଦିଲ୍ଲୀ ସରକାର ପ୍ରତି ଜିଲ୍ଲାରେ ‘ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ ବ୍ୟାଙ୍କ୍‌’ ସ୍ଥାପନ କରିଛନ୍ତି। ‘ହୋମ୍‌ ଆଇସୋଲେସନ୍‌’ରେ ଥିବା କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ରୋଗୀମାନେ ଏହି ‘ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌’ ହୋମ୍‌ ଡେଲିଭରି ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଘୋଷଣା କରିଛନ୍ତି।

ଟେଲିଭିଜନ୍‌ରେ ଏକଥା ଘୋଷଣା କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଆଜି ଠାରୁ ଆମେ ଗୋଟାଏ ଗୁରୁତ୍ବପୂର୍ଣ୍ଣ ସେବା ଆରମ୍ଭ କରିଛୁ। ଆମେ ‘ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ ବ୍ୟାଙ୍କ୍‌’ ସ୍ଥାପନ କରିଛୁ। ପ୍ରତି ଜିଲ୍ଲାରେ ୨୦୦ ‘ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌’ ରଖାଯିବ। ଆବଶ୍ୟକ ବେଳେ ଅକ୍ସିଜେନ୍‌ ଦିଆ ନ ହେଉଥିବାରୁ କୋଭିଡ୍‌ ଆକ୍ରାନ୍ତ ରୋଗୀମାନଙ୍କୁ ‘ଆଇସିୟୁ’ରେ ଭର୍ତ୍ତି କରିବାକୁ ପଡୁଛି। ବେଳେ ବେଳେ ଅନେକ ରୋଗୀ ମରିଯାଉଛନ୍ତି। ଏଭଳି ପରିସ୍ଥିତି ଦୂର କରିବା ଲାଗି ଆମେ ‘ଅକ୍ସିଜେନ୍ ବ୍ୟାଙ୍କ୍‌’ ସ୍ଥାପନ କରିଛୁ।

Image Courtesy of The Times of India

‌‘ହୋମ୍‌ ଆଇସୋଲେସନ୍‌’ରେ ଥିବା କୌଣସି ରୋଗୀ ଯଦି ମେଡିକାଲ୍‌ ଅକ୍ସିଜେନ୍ ଆବଶ୍ୟକ କରନ୍ତି, ଆମ ଟିମ୍‌ ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ଦୁଆରେ ପହଞ୍ଚିଯିବେ। ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ‘ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌’ ବ୍ୟବହାର ବିଧି ବତାଇ ଦେବାକୁ ପ୍ରତି ଟିମ୍‌ରେ ଜଣେ ବ୍ୟକ୍ତି ରହିଛନ୍ତି। ଡାକ୍ତରଖାନାରୁ ବିଦା ହୋଇ ମଧ୍ୟ ଅକ୍ସ‌ିଜେନ୍‌ ଆବଶ୍ୟକ କରୁଥିବା ରୋଗୀମାନେ ଏହି ବ୍ୟାଙ୍କ୍‌ରୁ ଅକ୍ସିଜେନ୍‌ ପାଇପାରିବେ।

କିନ୍ତୁ, ବାସ୍ତବରେ ଆପଣଙ୍କର ଅକ୍ସିଜେନ୍‌ ଆବଶ୍ୟକ କି, ନାହିଁ ତାହା ଆମ ଟିମ୍‌ ଯାଞ୍ଚ କରିବା ପରେ ଯାହା କିଛି ବ୍ୟବସ୍ଥା କରିବେ।

The post କୋଭିଡ୍-୧୯ ମୁକାବିଲା ନିମନ୍ତେ ପ୍ରତି ଜିଲ୍ଲାରେ ‘ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ ବ୍ୟାଙ୍କ’ ସ୍ଥାପନ କଲେ ଦିଲ୍ଲୀ ସରକାର first appeared on Sambad.

from କରୋନା | Sambad https://ift.tt/3fiQyVg