
ଭଞ୍ଜନଗର: କରୋନା କାଳରେ ଅନେକ କରୁଣ କାହାଣୀ ସାମ୍ନାକୁ ଆସୁଥିବା ବେ୍ଳେ ଭଞ୍ଜନଗର ଅଞ୍ଚଳ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ସର୍ଗିକୃତ କୋଭିଡ କେୟାରରେ ପରିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ପରିବାର ଲୋକ ଶବ ନେବା ପାଇଁ ମନା କରିଦେବାରୁ ନିଜେ ଉପଜିଲ୍ଲାପାଳ ଏବଂ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଚାରିକାନ୍ଧ ଦେବା ସହ ସସମ୍ମାନ ସଂସ୍କାର କରିଛନ୍ତି। ନିଜେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ ଜଣେ ସନ୍ଦିଗ୍ଧଙ୍କ ମୃତଦେହକୁ ସଂସ୍କାର କରିଛନ୍ତି ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ।
ସଂପ୍ରତି କରୋନାକୁ ନେଇ ସମାଜରୁ ମଣିଷ ମଣିଆ ହଜିଯିବାର ଅନେକ ଚିତ୍ର ବିଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିବାରେ ଲାଗିଛି। କରୋନାକୁ ନେଇ ସମାଜିକ ଶୃଙ୍ଖଳ ମଧ୍ୟ ବିଗିଡ଼ିବାରେ ଲାଗିଛି। ମୃତ୍ୟୁ ପରେ ନିଜର ପରିବାର ପ୍ରିୟଜନର ଶବ ଅଛୁଆଁ ହେବାରେ ଲାଗିଛି। ଶବସତ୍କାର ପାଇଁ ପାଖ ପଡ଼ୋଶୀ ସଂପର୍କୀୟ ବାହାରୁ ନାହାନ୍ତି। ମୃତବ୍ୟକ୍ତିର ଶବକୁ ଉଚିତ୍ ସମ୍ମାନ ମିଳି ପାରୁନାହିଁ। ଏହି ପରିସ୍ଥିତିରେ ସେ ନିଜ କର୍ମଚାରୀ ମାନଙ୍କ ସହ ଶବ ସତ୍କାର କରି ବିପଦ ସମୟରେ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଡିସିଏଚସିରେ ସ୍ଥାନୀୟ ଲଣ୍ଡେଇସାହି ବାସିନ୍ଦା କାଳୀ ଚରଣ ସାହୁ(୬୫)ଙ୍କ ମୃତ୍ୟୁ ଘଟିଥିଲା। ସେ ୩ ଦିନ ତଳେ ଶ୍ବାସ ଜନିତ ସମସ୍ୟା ନେଇ ଡାକ୍ତରଖାନା ଆସିଥିବା ବେଳେ ତାଙ୍କର ଅମ୍ଳଜାନ ସ୍ତର କମ୍ ରହିଥିବାରୁ ତାଙ୍କୁ ଡିସିଏଚ୍ସିରେ ଭର୍ତ୍ତି କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ତାଙ୍କ ପୁଅ ମଧ୍ୟ ଡିସିଏଚସିରେ ରହି ଚିକିତ୍ସିତ ହେଉଥିବାରୁ ମୃତଦେହ ପରିବାର ଲୋକ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ତାଙ୍କର ପରିବାରର ମହିଳା ମାନେ ଶବ ନେବା ପାଇଁ ଅସମର୍ଥ ପ୍ରକାଶ କରିଥିଲେ।
ଖବର ପାଇବା ପରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଡାକ୍ତରଖାନା ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଶବକୁ କାନ୍ଧେଇଥିଲେ।ଏଥିସହ ମହାପ୍ରୟାଣ ଗାଡିରେ ସହରର ଶେଷ ଭାଗରେ ଥିବା ଶ୍ମଶାନରେ ବିଳମ୍ବିତ ରାତିରେ ଶବଶତ୍କାର କରିଛନ୍ତି। ସରକାରୀ ଅଧିକାରୀଙ୍କ ଏଭଳି ମଣିଷପଣିଆ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।
The post କରୋନା ସନ୍ଦେହରେ ମୃତଦେହ ନେଲେନି ପରିବାର ଲୋକ, ସତ୍କାର କଲେ ଉପଜିଲ୍ଳାପାଳ ଓ କର୍ମଚାରୀ first appeared on Sambad.from କରୋନା | Sambad https://ift.tt/3tH642m
0 Comments