
ଝାରସୁଗୁଡ଼ା: ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨ ଲକ୍ଷ ଲୋକ କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି। ତେଣୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।
ଆଜି ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ ବିଭିନ୍ନ ରାଜ୍ୟ ସହିତ କରୋନା ମହାମାରୀର ସ୍ଥିତି ନେଇ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ରାଜ୍ୟ ସରକାର କରୋନା ମହାମାରୀ ମୁକାବିଲା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କୋଭିଡ୍ ପରିଚାଳନାରେ ସରକାର ବହୁମାତ୍ରାରେ ସଫଳତ ହାସଲ କରିଥିବା ନେଇ ମନ୍ତ୍ରୀ ଶ୍ରୀ ଦାସ ଅବଗତ କରିବାକୁ ଯାଇ କହିଥିଲେ ଯେ, ସର୍ବଭାରତୀୟ ସ୍ତରରେ କରୋନା ମୃତ୍ୟୁହାର ୧.୦୮ ଥିବା ବେଳେ ଓଡ଼ିଶାରେ ଏହା ୦.୩୯ ପ୍ରତିଶତ ରହିଛି। ସୁସ୍ଥତା ହାର ମଧ୍ୟ ୮୨.୨୩ ରହିଛି। ରାଜ୍ୟରେ ଅକ୍ସିଜେନ୍ ବ୍ୟବହାର ପ୍ରତିଦିନ ୫୨.୯ ଏମ୍ଟି ଥିବା ବେଳେ ଉତ୍ପାଦନ କ୍ଷମତା ୧୫୫. ୫୧ ଏମ୍ଟି ରହିଥିବା ସେ ଜଣାଇଥିଲେ।
ରାଜ୍ୟକୁ ସଫଳତାର ସହିତ କରୋନା ମୁକାବିଲା କରିବାକୁ ବି ଟାଇପ ୧୫ ହଜାର ଓ ଡି ଟାଇପ ୧୫ ହଜାର ସିଲିଣ୍ଡର, କନସେନ୍ଟ୍ରେଟର, ୫ ଶହ ଭେଣ୍ଟିଲେଟର, ପର୍ଯ୍ୟାପ୍ତ ରେପିଡ୍ ଆଣ୍ଟିଜେଣ୍ଟ କିଟ୍, ୫ ଲକ୍ଷ ପିପିକିଟ୍, ୧୦ ଲକ୍ଷ ଲେଖାଁଏ ମାକ୍ସ ଓ ଗ୍ଲୋଭ୍ସ ଯୋଗାଇ ଦେବାକୁ ଦାବି କରିଥିଲେ। ନ୍ୟାସନାଲ ଟାକ୍ସ ଫୋର୍ସରେ ୨୪ ଘଣ୍ଟିଆ ସୂଚନା ସେବା ବ୍ୟବସ୍ଥା କରାଯିବାକୁ ମଧ୍ୟ ମନ୍ତ୍ରୀ ଦାବି କରିଥିଲେ। ରାଜ୍ୟକୁ ୨୫ ଲକ୍ଷ କୋଭିସିଲ୍ଡ ଭେକ୍ସିନ୍ ଯୋଗାଇ ଦେବାକୁ କେନ୍ଦ୍ରକୁ ଦୁଇ ମାସରେ ଦୁଇଥର ଚିଠି ଦିଆଯାଇ ଅନୁରୋଧ କରାଯାଇଥିବା ନେଇ ମଧ୍ୟ କେନ୍ଦ୍ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ଠିକ୍ ସମ୍ରରେ ରାଜ୍ୟକୁ ସହଯୋଗ କରିବାକୁ ମନ୍ତ୍ରୀ ନିବଦେନ କରିଥିଲେ।
The post କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସଙ୍କ ଆଲୋଚନା; ୨ୟ ଡୋଜ ଟିକା ଅପେକ୍ଷାରେ ରାଜ୍ୟରେ ୨୨ ଲକ୍ଷ ଲୋକ first appeared on Sambad.from କରୋନା | Sambad https://ift.tt/3y1i8Pr
0 Comments