
ନୂଆଦିଲ୍ଲୀ: ଦିଲ୍ଲୀରେ ଗଚ୍ଛିତ ଥିବା କୋଭିଡ୍ ଟିକା ପରିମାଣ ଶେଷ ହୋଇଯାଇଛି। ଫଳରେ ଆଜି(ଶନିବାର)ଠାରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣକୁ ବନ୍ଦ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଅପରାହ୍ଣରେ ଘୋଷଣା କରିଛନ୍ତି। ସହରର ମୋଟ ୩୬୮ ଟିକାଦାନ କେନ୍ଦ୍ର ଭିତରୁ ୨୩୫ଟିକୁ ଏହି ଟିକା ଅଭାବ କାରଣରୁ ବନ୍ଦ କରିଦିଆଯାଇଥିବା ବେଳେ ବାକି ୧୩୩ କେନ୍ଦ୍ର ଆଜି ପରେ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି। ଦିଲ୍ଲୀର ସମସ୍ତ ନାଗରିକଙ୍କର ଟିକାକରଣ ସଂପନ୍ନ ପାଇଁ ଆହୁରି ୮୦ ଲକ୍ଷ ଟିକା ଆବଶ୍ୟକ ରହିଛି। ସୁତରାଂ କେନ୍ଦ୍ର ସରକାର ୨୪ ଘଣ୍ଟା ଭିତରେ ବିଦେଶୀ କମ୍ପାନିଙ୍କ ଠାରୁ ଆବଶ୍ୟକ ପରିମାଣର ଟିକା କିଣି ଟିକାର ଅଭାବ ଥିବା ବିଭିନ୍ନ ରାଜ୍ୟକୁ ତୁରନ୍ତ ଯୋଗାଇଦେବାକୁ କେଜ୍ରିଵାଲ ଦାବି କରିଛନ୍ତି। ଅନେକ ରାଷ୍ଟ୍ର ସେମାନଙ୍କ ଆବଶ୍ୟକ ତୁଳନାରେ ଯଥେଷ୍ଟ ଅଧିକ ପରିମାଣର ଟିକା ଗଚ୍ଛିତ କରି ରଖିଛନ୍ତି।
କେନ୍ଦ୍ର ସରକାର ସେମାନଙ୍କୁ ଅନୁରୋଧ କଲେ ସେମାନେ ଉକ୍ତ ବଳକା ଟିକାକୁ ଭାରତକୁ ଦେଇପାରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ସେହିପରି ଅନ୍ୟ ବିଦେଶୀ ଟିକା ନିର୍ମାତାମାନଙ୍କୁ ମଧ୍ୟ ଭାରତରେ ସେମାନଙ୍କର ଟିକା ପ୍ରସ୍ତୁତି ପାଇଁ ସରକାର ଅନୁମତି ଦେବାକୁ ସେ ପରାମର୍ଶ କରିଛନ୍ତି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ନିଜ କୋଭାକ୍ସିନ୍ ଟିକାର ଜ୍ଞାନକୌଶଳ ବାଣ୍ଟିବାକୁ ରାଜି ଥିବାରୁ ଅନ୍ୟ କମ୍ପାନିମାନଙ୍କୁ ମଧ୍ୟ ସରକାର ଉକ୍ତ ଟିକା ପ୍ରସ୍ତୁତି ପାଇଁ ସୁଯୋଗ ଦେବାକୁ ସେ ପ୍ରସ୍ତାବ ରଖିଛନ୍ତି।
The post ଟିକା ନାହିଁ, ଦିଲ୍ଲୀରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ first appeared on Sambad.from କରୋନା | Sambad https://ift.tt/3460w7h
0 Comments