ଭୁବନେଶ୍ବର: ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି। ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ଫଳରେ ଲୋକଙ୍କୁ ପନିପରିବା ଓ ତେଜରାତି ସାମଗ୍ରୀ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ।ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।
ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ। ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ବାରଣ କରାଯାଇଛି। କେବଳ ପାର୍ସଲ ଦେଇପାରିବେ। ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ।
ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ। ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ। ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ। ଏନେଇ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
The post ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି: ଘୋଷଣା କରିଲେ ମୁଖ୍ୟ ଶାସନ ସଚିବ first appeared on Sambad.from କରୋନା | Sambad https://ift.tt/3tXyO6Q
0 Comments