ମ.ରାମପୁର : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ୟବସାୟୀ ରଜତ କୁମାର ଅଗ୍ରୱାଲ (୫୩) କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଚିକିତ୍ସିତ ହେଉଥିଲେ। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶେଷ ଏୟାର ଆମ୍ବୁଲାନ୍‌ସ ଜରିଆରେ ହାଇଦ୍ରାବାଦ ଅଣାଯାଇଥିଲା। କିଛିଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଏପରିକି ପୁତ୍ର ଅଙ୍କିତଙ୍କ ୨ ମାସର ଶିଶୁ କନ୍ୟା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲା। ତାଙ୍କୁ ରାୟପୁରର ଏକ ଘରୋଇ ହସ୍‌ପିଟାଲରେ ଭର୍ତି କରାଯାଇଥିଲା। ତାକୁ ଭେଂଟିଲେଟର୍‌ରେ ୧୦ ଦିନ ରଖିବା ପରେ ପରେ ଗୁରୁବାର ଦିନ ତାକୁ ଡାକ୍ତର ସୁସ୍ଥ ଘୋଷଣା କରି ଡିସ୍‌ଚାର୍ଜ କରିଥିଲେ।

କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ଶିଶୁକନ୍ୟାଟି କରୋନାକୁ ମାତ ଦେଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ବିଷୟକୁ ଜାଣିବାପରେ ଗୃହ, ଶକ୍ତି, ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଟ୍ବିଟ୍‌ ଯୋଗେ ଶିଶୁ କନ୍ୟାକୁ କଳାହାଣ୍ତିର ଜଣେ ଯୋଦ୍ଧା ବୋଲି କହିଛନ୍ତି। ଡାକ୍ତରମାନେ ଏହି ଘଟଣାକୁ କୌଣସି ଚମତ୍କାରଠାରୁ କମ୍‌ ନୁହେଁ ବୋଲି କହିଛନ୍ତି।

The post କରୋନାକୁ ହରାଇଲା ୨ ମାସର ଶିଶୁ କନ୍ୟା first appeared on Sambad.

from କରୋନା | Sambad https://ift.tt/2RYe2qI