
ନୟାଗଡ଼ : କରୋନାକାଳରେ ପୁଣି ଏକ ହୃଦୟ ବିଦାରକ ଖବର ନଜରକୁ ଆସିଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମିଳିଥିବା ଖବର ଅନୁଯାୟୀ ଉକ୍ତ ଥାନା ଅଧୀନ ଟାଙ୍ଗିସାହିପାଟଣାର ଦିଲ୍ଲୀପ ପାତ୍ର କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଚିକିତ୍ସାଧୀନ ଥିଲେ। ତେବେ ଆଜି ସନ୍ଧ୍ୟାରେ ହଠାତ୍ ତାଙ୍କର ମୃତ୍ୟୁ ଖବର ଆସିଥିଲା। ଅଚାନକ ଏଭଳି ଖବର ପାଇବା ପରେ ତାଙ୍କ ପତ୍ନୀ ବିନିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଦିଲ୍ଲୀପ ଆଠଗଡ଼ରେ ଆଇସିସିଆଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ, ପ୍ରାୟ ଏକ ବର୍ଷ ତଳେ ବିନିଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ବିନି ଆତ୍ମହତ୍ୟା କରିଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ କହିଛନ୍ତି ଖବର ପାଇ ଆମେ ଘଟଣାସ୍ଥଳକୁ ଯାଇଥିଲୁ। ଏହା ଆତ୍ମହତ୍ୟା ନୁହେଁ, ଏଭଳି ଦୁଃଖଦ ଖବର ପାଇଲା ପରେ ବିନିଙ୍କର ମୃତ୍ୟୁ ଘଟିଛି।
The post କରୋନା ଆକ୍ରାନ୍ତ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀର ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3nJMYay
0 Comments