ଘରେ ୭ ଘଣ୍ଟା ପଡ଼ିରହିଲା କରୋନା ଆକ୍ରାନ୍ତଙ୍କ ଶବ

ଭୁବନେଶ୍ବର : ନୂଆପଲ୍ଲୀ ବେହେରା ସାହିସ୍ଥିତ ୬୫୪ନଂ ପ୍ଲଟ୍‌ରେ କରୋନାରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୭ ଘଣ୍ଟା ଘର ଭିତରେ ଶବ ପଡ଼ିବା ପରେ ବିଏମ୍‌ସି ଆସି ଶବ ଉଠାଇଛି। ଏତେ ସମୟ ଧରି ଘରେ ମୃତଦେହ ପଡ଼ିବା ସତ୍ତ୍ବେ ବିଏମ୍‌ସି କି ପ୍ରଶାସନ ପକ୍ଷରୁ ଶବ ନ ଉଠିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ମୁତାବକ, ମୃତକ କିଛି ଦିନ ତଳେ ଅସୁସ୍ଥ ହୋଇ ପଡ଼ିଥିଲେ। ମେ ୧ ତାରିଖରେ ସେ କରୋନା ପରୀକ୍ଷଣ କରିବାରୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ ସେ ଘରେ ସଙ୍ଗରୋଧରେ ରହିଥିଲେ। ପୁଅ, ଝିଅ ବାହାରେ ରହୁଥିବାରୁ ସେ ଏଠାରେ ଏକୁଟିଆ ରହୁଥିଲେ। ତାଙ୍କର ପୁତୁରା ବୋହୂ ଆଟେଣ୍ଡାଣ୍ଟ୍ ଭାବେ ମଝିରେ ମଝିରେ ଆସି ତାଙ୍କୁ ଔଷଧ ଓ ଖାଦ୍ୟ ସାମଗ୍ରୀ ଦେଉଥିଲେ। ତେବେ ଆଜି ସକାଳୁ ଘର ଭିତରୁ କୌଣସି ଶବ୍ଦ କି ତାଙ୍କ ଉପସ୍ଥିତି ନେଇ କିଛି ଜଣା ନ ପଡ଼ିବାରୁ ସ୍ଥାନୀୟ ଲୋକ ତାଙ୍କ ସଂପର୍କୀୟଙ୍କୁ ଖବର ଦେଇଥିଲେ। ଖବର ପାଇ ସଂପର୍କୀୟ ଜଣକ ପହଞ୍ଚିିଥିଲେ ଏବଂ ଘର ଭିତରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଦେଖିଥିଲେ। ଏହା ପରେ ୧୯୨୯କୁ ଫୋନ୍ କରି ଶବ ଉଠାଇବାକୁ କହିଥିଲେ। ତେବେ ୫ ମିନିଟ୍ ଭିତରେ ପହଞ୍ଚୁଛି ବୋଲି କହି ବିଏମ୍‌ସି କର୍ତ୍ତୃପକ୍ଷ ପ୍ରାୟ ୭ ଘଣ୍ଟା କାଳ ଲଗାଇଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

The post ଘରେ ୭ ଘଣ୍ଟା ପଡ଼ିରହିଲା କରୋନା ଆକ୍ରାନ୍ତଙ୍କ ଶବ first appeared on Sambad.

from କରୋନା | Sambad https://ift.tt/3unsPcL

Post a Comment

0 Comments