
ନୂଆଦିଲ୍ଲୀ: ମେ ୧ ତାରିଖରୁ ଖୋଲା ବଜାରରେ ବିକ୍ରୟ ନିମନ୍ତେ ସରକାର ଅନୁମତି ଦେଇଥିଲେ ସୁଦ୍ଧା ଔଷଧ ଦୋକାନ କିଂବା ଫାର୍ମାସିରେ ବିକ୍ରୟ ନିମନ୍ତେ କୋଭିଡ୍ ଟିକା ମିଳିବ ନାହିଁ। କେବଳ ଡାକ୍ତରଖାନା ଏବଂ ଅନୁମୋଦନପ୍ରାପ୍ତ ଟିକାକରଣ କେନ୍ଦ୍ରମାନଙ୍କରେ ଏହି ଟିକା ଦିଆଯିବ।
ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଟିକାକରଣ ପରେ ସୃଷ୍ଟି ହେଉଥିବା ‘ଆଡ୍ଭର୍ସ ଇଭେଣ୍ଟ୍ସ୍ ଫଲୋଇଙ୍ଗ୍ ଇମ୍ୟୁନାଇଜେସନ୍’ (ଏଇଏଫ୍ଆଇ) ବା ପ୍ରତିକୂଳ ପ୍ରତିକ୍ରିୟାଗୁଡ଼ିକୁ ‘କୋ-ଓ୍ଵିନ୍’ରେ ରେକର୍ଡ କରାଯାଇ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରାଯିବ।
‘ଏଇଏଫ୍ଆଇ’ ଚିହ୍ନଟ, ଅନୁଶୀଳନ ଏବଂ ପରିଚାଳନା ନିମନ୍ତେ ସରକାର ଆଗାମୀ ଦୁଇ ଦିନ ମଧ୍ୟରେ ଡାକ୍ତର ଓ ଜନସାଧାରଣଙ୍କ ପାଇଁ ଉପଦେଶାବଳୀ ଜାରି କରିବେ ବୋଲି ଆଶା କରାଯାଉଛି।
ଜଣେ ସରକାରୀ ଅଧିକାରୀ କହିଛନ୍ତି, ‘ଏମର୍ଜେନ୍ସି ଲାଇସେନ୍ସର୍’ ନିୟମ ଅନୁସାରେ ମିଳୁଥିବା କାରଣରୁ କୋଭିଡ୍ ଟିକା ଔଷଧ ଦୋକାନରେ ବିକ୍ରିୟ କରାଯାଇ ପାରିବ ନାହିଁ। ଏହି ଟିକାକୁ ଉପଯୁକ୍ତ ପ୍ରତିଷ୍ଠାନରେ ଦିଆଯିବା ଏବଂ ଟିକାକରଣ ସମୟରେ ମାର୍ଗଦର୍ଶିକା ପାଳନ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। ଏହା ବ୍ୟତିରେକେ, କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ଚିହ୍ନଟ ଓ ଅନୁଶୀଳନ କରିବା ନିମନ୍ତେ ଓ୍ଵାର୍କପ୍ଲେସ୍ ସମେତ ଏହି ସବୁ ଟିକାକରଣ କେନ୍ଦ୍ରଗୁଡ଼ିକୁ ‘ଏଇଏଫ୍ଆଇ’ ପରିଚାଳନା କେନ୍ଦ୍ର ସହ ସଂଯୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ଦେଶବ୍ୟାପୀ ବଢ଼ିଚାଲିଥିବା କୋଭିଡ୍-୧୯ ସଂକ୍ରମଣ ବାତାବରଣରେ ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେକୌଣସି ବ୍ୟକ୍ତିବିଶେଷ କୋଭିଡ୍-ନିରୋଧୀ ଟିକା ନେଇ ପାରିବେ ବୋଲି ସୋମବାର ଦିନ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।
The post ଔଷଧ ଦୋକାନ ଏବଂ ଫାର୍ମାସିରେ ବିକ୍ରି ପାଇଁ ମିଳିବ ନାହିଁ କୋଭିଡ୍ ଟିକା first appeared on Sambad.from କରୋନା | Sambad https://ift.tt/3tEbKL8
0 Comments