
ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା ଦ୍ବିତୀୟ କୋଭିଡ୍ ଲହରର ସଂକ୍ରମଣ ବୃଦ୍ଧି କ୍ରମରେ ଭାରତ ସୋମବାର ବ୍ରାଜିଲକୁ ଟପି ବିଶ୍ବର ଦ୍ବିତୀୟ ସର୍ବାଧିକ କୋଭିଡ୍ ପ୍ରଭାବିତ ରାଷ୍ଟ୍ର ହେବାର ଅପଯଶ ମୁଣ୍ଡାଇଛି। ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୬୮,୯୧୨ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚିଛି।
କୋଭିଡ୍ କ୍ଷତିଗ୍ରସ୍ତ ଦେଶର ଶୀର୍ଷରେ ରହିଥିବା ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୯୭,୫୧୧ ହୋଇଥିବା ବେଳେ ବ୍ରାଜିଲ୍ର ୧,୩୪,୮୨,୦୨୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଭାରତରେ ସମ୍ପ୍ରତି ୧୨,୦୧,୦୦୯ଟି ସକ୍ରିୟ ମାମଲା ଥିବା ବେଳେ ମୋଟ ୧,୨୧,୫୬,୫୨୯ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ୯୦୪ ଜଣଙ୍କର କୋଭିଡ୍ରେ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୭୦,୧୭୯ ହୋଇଛି। ତେବେ ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ମାମଲା ୮.୮୮ ପ୍ରତିଶତକୁ ବଢ଼ିଥିବା ବେଳେ ଆରୋଗ୍ୟଲାଭ ହାର ୮୯.୮୬ ପ୍ରତିଶତକୁ ଖସି ଆସିବା ଚିନ୍ତାର ବିଷୟ ହୋଇଛି।
ସେହିପରି ଆଜି ସୁଦ୍ଧା ୧୦,୪୫,୨୮,୫୬୫ ଜଣ ଦେଶବାସୀଙ୍କର କୋଭିଡ୍ ଟିକାକରଣ ସରିଥିବା ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି।
The post ବ୍ରାଜିଲ୍କୁ ଟପିଲା ଭାରତ; ୨୪ ଘଣ୍ଟାରେ ୧,୬୮,୯୧୨ ସଂକ୍ରମିତ, ୯୦୪ ମୃତ first appeared on Sambad.from କରୋନା | Sambad https://ift.tt/3d8R9Jc
0 Comments