ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଲି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଚିଠିରେ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର କୋଭିଡ୍‌ ସ୍ଥିତି ରିପୋର୍ଟ ଦେବାକୁ ନର୍ଦ୍ଦେଶ ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଥିଲେ ଜଣେ ଘରୋଇ ସଂଗରୋଧରେ ରହିପାରିବେ। ଘରେ ସୁବିଧା ନଥିଲେ କୋଭିଡ କେୟାର ସେଣ୍ଟରରେ କରୋନା ରୋଗୀଙ୍କୁ ରଖିପାରିବେ। କୋଭିଡ କେୟାର ସେଣ୍ଟରରେ ଶଯ୍ୟା ଓ ଅନ୍ୟ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

The post କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର first appeared on Sambad.

from କରୋନା | Sambad https://ift.tt/3mtimcC