
ମୁମ୍ବାଇ: ମହାରାଷ୍ଟ୍ରରୁ ସଂଗୃହୀତ କୋଭିଡ୍-୧୯ ପଜିଟିଭ୍ ନମୁନାର ୫୦%ରେ ପରିବର୍ତ୍ତିତ ଭାରତୀୟ ପ୍ରଜାତିର କରୋନାଭାଇରସ୍ ଥିବା କଥା ଜଣାପଡ଼ିଛି। ଭୂତାଣୁର ଗୁଣସୂତ୍ର-କ୍ରମ ଅନୁଶୀଳନ ପାଇଁ ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷାଗାରକୁ ପଠାଯାଇଥିଲା। ଏଥିରୁ ପ୍ରାୟ ୫୦% ନମୁନାରେ ନୂତନ ଭାବେ ଚିହ୍ନଟ ହୋଇଥିବା ଦ୍ରୁତ ସଂକ୍ରମଣଶୀଳ ‘ସାର୍ସ-କୋଭ୍-୨’ ଭୂତାଣୁର ପରିବର୍ତ୍ତିତ ଭାରତୀୟ ପ୍ରଜାତି ‘ବି.୧.୬୧୭’ ଥିବା ଜଣାପଡ଼ିଛି।
ଏଥିରୁ ଅଧିକାଂଶ ନମୁନା ବିଦର୍ଭରୁ ସଂଗ୍ରହ କରାଯାଇଥିଲା। କିନ୍ତୁ, ସହର ମଧ୍ୟରୁ ସଂଗୃହୀତ ନମୁନାରୁ ଏପର୍ଯ୍ୟନ୍ତ ‘ବି.୧.୬୧୭’ ପରିବର୍ତ୍ତିତ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ‘ଇନ୍ସାକଗ୍’ର ବୈଜ୍ଞାନିକମାନେ କହିଛନ୍ତି। ନମୁନାରୁ ସମ୍ପୂର୍ଣ୍ଣ ଗୁଣସୂତ୍ରର ଅନୁକ୍ରମ ଚିହ୍ନଟ କରୁଥିବା ୧୦ଟି ଜାତୀୟ ପରୀକ୍ଷାଗାରରୁ ‘ଇନ୍ସାକଗ୍’ ଅନ୍ୟତମ।
ସମ୍ପୂର୍ଣ୍ଣ ଗୁଣସୂତ୍ର ଅନୁକ୍ରମ ପ୍ରକଳ୍ପ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତଥା ସବିଶେଷ ବିବରଣୀ ପ୍ରଦାନ କରିନାହିଁ। କିନ୍ତୁ, ଶୁକ୍ରବାର ଦିନ ବିଶେଷସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସମ୍ପୂର୍ଣ୍ଣ ଗୁଣସୂତ୍ର ଅନୁକ୍ରମ ଚିହ୍ନଟ ଲାଗି ଗୁରୁବାର ସୁଦ୍ଧା ୧୦ଟି ‘ଇନ୍ସାକଗ୍’ ପରୀକ୍ଷାଗାରରେ ୧୩,୬୧୪ ନମୁନାର ପ୍ରକ୍ରିୟାକରଣ କରାଯାଇଥିଲା।
The post ମହାରାଷ୍ଟ୍ରରୁ ସଂଗୃହୀତ ୫୦% ନମୁନାରୁ ମିଳିଲା ପରିବର୍ତ୍ତିତ ଭାରତୀୟ ପ୍ରଜାତିର କରୋନାଭାଇରସ୍ first appeared on Sambad.from କରୋନା | Sambad https://ift.tt/32pyEKw
0 Comments