
ପଂଜାବ : ପଂଜାବରେ ଗତ ୨ ମାସ ମଧ୍ୟରେ ସକ୍ରିୟ ମାମଲା ୧୨ ଗୁଣା ବଢ଼ିଛି। ଗତ ଫେବ୍ରୁଆରି ୩ରୁ ଚଳିତ ଏପ୍ରିଲ୍ ୩ ମଧ୍ୟରେ ପଂଜାବରେ ସକ୍ରିୟ ମାମଲା ୧୨ ଗୁଣା ବଢ଼ିଛି। ଏହି ସମୟ ମଧ୍ୟରେ ପଂଜାବ ମହାରାଷ୍ଟ୍ରର ସଂକ୍ରମଣ ବୃଦ୍ଧି ହାରକୁ ମଧ୍ୟ ଟପିଯାଇଛି। ତେବେ ଏହି ସମାନ ସମୟରେ ମହାରାଷ୍ଟ୍ର ଏବଂ ପଂଜାବସମେତ ୧୦ ରାଜ୍ୟ ତଥା କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସକ୍ରିୟ ମାମଲା ବଢ଼ିଛି। ମହାରାଷ୍ଟ୍ରରେ ୨ ମାସରେ ସକ୍ରିୟ ମାମଲା ୯ ଗୁଣ ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଫେବ୍ରୁଆରି ୩ରେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୪୨,୮୩୦ ଥିଲା ଏବଂ ଏପ୍ରିଲ ୩ରେ ଏହା ୩,୯୧,୨୦୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ପଂଜାବରେ ଗତ ଫେବ୍ରୁଆରି ୩ରେ ସକ୍ରିୟ ମାମଲା ୨,୧୨୨ ଥିବାବେଳେ ୨ ମାସ ପରେ ଏହା ୨୪,୪୫୮କୁ ବୃଦ୍ଧି ପାଇଛି। ପଂଜାବରେ ଅମୃତସର, ଜଳନ୍ଧର, ଲୁଧିଆନା ଏବଂ ପଟିଆଲାରେ ଅଧିକ ସକ୍ରିୟ ମାମଲା ରହିଛି।
The post ପଂଜାବରେ ୨ ମାସ ମଧ୍ୟରେ ସକ୍ରିୟ ମାମଲା ୧୨ ଗୁଣା ବଢ଼ିଛି, ମହାରାଷ୍ଟ୍ରକୁ ବି ଟପିଯାଇଛି first appeared on Sambad.from କରୋନା | Sambad https://ift.tt/3wpbPUK
0 Comments