ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୬୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସର୍ବାଧିକ ସୁସ୍ଥ ଖୋର୍ଧାରୁ ରହିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୮୦୪୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଖୋର୍ଧାରୁ ୮୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୭୩ଜଣ, ନୂଆପଡ଼ାରୁ ୪୨୬ଜଣ, ଝାରସୁଗୁଡ଼ାରୁ ୩୦୩ଜଣ, ବଲାଙ୍ଗୀରରୁ ୨୨୯ଜଣ, ପୁରୀରୁ ୨୨୪ଜଣ, ବରଗଡ଼ରୁ ୧୯୪ଜଣ, ସମ୍ବଲପୁରରୁ ୧୮୨ଜଣ, କଟକରୁ ୧୭୦ଜଣ, କଳାହାଣ୍ଡିରୁ ୧୬୬ଜଣ, ଗଞ୍ଜାମରୁ ୧୫୪ଜଣ,ବାଲେଶ୍ବରରୁ ୧୨୩ଜଣ,ରାୟଗଡ଼ାରୁ ୧୦୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି  ମୟୁରଭଞ୍ଜରୁ ୭୭ଜଣ, ନୟାଗଡ଼ାରୁ ୬୯ଜଣ, ଯାଜପୁରରୁ ୬୪ଜଣ, ଭଦ୍ରକରୁ ୬୩ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, ସୁବର୍ଣ୍ଣପୁରରୁ ୫୫ଜଣ, କେନ୍ଦୁଝରରୁ ୫୩ଜଣ, କୋରାପୁଟରୁ ୫୩ଜଣ, ଅନୁଗୁଳରୁ ୪୮ଜଣ, ଜଗତସିଂହପୁରରୁ ୪୫ଜଣ, ଗଜପତିରୁ ୪୧ଜଣ, ଦେବଗଡ଼ରୁ ୩୬ଜଣ,ଢ଼େଙ୍କାନାଳରୁ ୩୩ଜଣ, କନ୍ଧମାଳରୁ ୧୮ଜଣ,ମାଲକାନଗିରିରୁ ୧୫ଜଣ,ନବରଙ୍ଗପୁରୁ ୧୩ଜଣ, ବୌଦ୍ଧରୁ ୧୧ଜଣ ଓ ଷ୍ଟେଟପୁଲରୁ ୧୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୬୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି first appeared on Sambad.

from କରୋନା | Sambad https://ift.tt/3nxqkBT