ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନାର ଗ୍ରାଫ୍ ଦିନକୁ ଦିନ ଉପରକୁ ଉଠିଚାଲିଥିବା ବେଳେ ଆଜି ଦିଲ୍ଲୀ ଏବଂ ଏହାର ଆଖପାଖ ଏନ୍‌ସିଆର୍ ଅଞ୍ଚଳରେ ୮ ଜଣ ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି: ଶାହିଦାବାଦ ଅଞ୍ଚଳରେ ରହୁଥିବା ଶରତ କୁମାର ବାରିକ (୫୦), ଗୁରୁଗ୍ରାମର ସରିତା ମହାରଣା, ଛତରପୁର ଅଞ୍ଚଳର ଶ୍ରୀଧର ବାରିକ, ସାଲିମାରବାଗ ଅଞ୍ଚଳର ତୁଷାରକାନ୍ତ ହରେନ୍ଦ୍ର ସିଂହ (୫୦), ମେହୋରାଲି ଅଞ୍ଚଳର ରତ୍ନାକର ବିଳାସ, ଇସ୍‌ଲାମ୍‌ପୁର ଅଞ୍ଚଳର ସୁବ୍ରତ ସ୍ବାଇଁ, ଉତ୍ତମନଗର ଅଞ୍ଚଳର ପ୍ରଫୁଲ୍ଲ ବାରିକ ଏବଂ ଗୁରୁଗ୍ରାମର ସୁବ୍ରତ ଖଡ଼୍‌ଗରାୟ। ଏତଦ୍‌ବ୍ୟତୀତ କିଛି ପ୍ରବାସୀ ଓଡ଼ିଆ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍‌ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଜଗନ୍ନାଥ ମନ୍ଦିର ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥି ସହିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ଅଧିକାଂଶ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି।

The post ୨୪ ଘଣ୍ଟାରେ କରୋନାରେ ୮ ପ୍ରବାସୀ ଓଡ଼ିଆ ମୃତ first appeared on Sambad.

from କରୋନା | Sambad https://ift.tt/2Qz0DVB