ନୂଆଦିଲ୍ଲୀ : ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣବିହୀନ କରୋନା ରୋଗୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ନୂଆ ନିର୍ଦ୍ଦେଶାବଳି ଜାରି ହୋଇଛି। ମନ୍ତ୍ରାଳୟ କହିଛନ୍ତି, ଏକାନ୍ତବାସରେ ରହୁଥିବା କରୋନା ରୋଗୀ ସଠିକ୍‌ ଭାବେ ବାୟୁ ଚଳାଚଳ କରୁଥିବା ଗୃହରେ ରହିବା ଉଚିତ୍‌ ଏବଂ ସବୁ ସମୟରେ ୩ ଥାକିଆ ମେଡିକାଲ୍‌ ମାସ୍କ ପିନ୍ଧିବା ଉଚିତ୍‌। ଘରକୁ ମୁକ୍ତ ବାୟୁ ପ୍ରବେଶ କରିବା ପାଇଁ ଘରର ଝରକା ଖୋଲା ରହିବା ଉଚିତ୍‌। ବ୍ୟବହାର ହେଉଥିବା ମାସ୍କକୁ ୮ ଘଣ୍ଟା ପରେ କାଢ଼ି ଦେବା ଉଚିତ୍‌। ଏକାନ୍ତବାସରେ ରହୁଥିବା ରୋଗୀଙ୍କର ଯିଏ ଯତ୍ନ ନେଉଛନ୍ତି ସେ ଏନ୍‌୯୫ ମାସ୍କ ପିନ୍ଧିବେ। ଏଥିସହ ରୋଗୀ ମଧ୍ୟ ଏନ୍‌୯୫ ମାସ୍କ ପିନ୍ଧିବେ।

The post ଏକାନ୍ତବାସରେ ରହୁଥିବା କୋଭିଡ୍‌ ରୋଗୀଙ୍କୁ ତିନି ଥାକିଆ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ first appeared on Sambad.

from କରୋନା | Sambad https://ift.tt/3vvFtXj